Odisha cold: ଜାଡ଼ରେ ଥରୁଛି ଓଡ଼ିଶା: ଆସନ୍ତା ୪ ଦିନ ପ୍ରବଳ ଶୀତ

ଜାଡ଼ରେ ଥରୁଛି ଓଡ଼ିଶା । ସଂଧ୍ୟା ନ ହେଉଣୁ ଶୀତ ପ୍ରକୋପ ଅନୁଭୂତ ହେଉଛି । ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ରାତି ତାପମାତ୍ରା ସ୍ବାଭାବିକଠାରୁ ୫ରୁ ୭ ଡିଗ୍ରି ପର୍ଯ୍ୟନ୍ତ କମ୍‌ ରହିଛି । ସେହିଭଳି ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ରାତି ପାରଦ ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ କମ୍‌ ରହିଛି ।

ଏଥିସହ ଓଡ଼ିଶାର ଅଧିକାଂଶ ସ୍ଥାନରେ ରାତିର ତାପମାତ୍ରା ସ୍ବାଭାବିକଠାରୁ ୩ ଡିଗ୍ରି ଯାଏଁ କମ୍‌ ରହିଛି । ତେବେ ହାଡ଼ଭଙ୍ଗା ଜାଡ଼ରେ ଥରୁଛି କନ୍ଧମାଳଜିଲ୍ଲା । ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ିରେ ପାରଦ ତଳମୁହାଁ ହୋଇ ୮.୫ ଡିଗ୍ରିରେ ପହଞ୍ଚିଛି । ଫଳରେ ଥଣ୍ଡା ପ୍ରକୋପ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି । ଗତ ୬ ତାରିଖରେ ଦାରିଙ୍ଗବାଡ଼ିର ରାତି ତାପମାତ୍ରା ୧୫ ଡିଗ୍ରି ରେକର୍ଡ ହୋଇଥିବା ବେଳେ ମାତ୍ର ୬ ଦିନ ମଧ୍ୟରେ ପାରଦ ୬.୫ ଡିଗ୍ରି ପର୍ଯ୍ୟନ୍ତ ଖସିଛି ।

ସେହିପରି ଘୁ. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୮.୭ ଡିଗ୍ରି ଓ ଫୁଲବାଣୀରେ ୧୦ ଡିଗ୍ରି ରହିଛି। ରାଇକିଆ, ବ୍ରାହ୍ମଣୀଗାଁ, ଦାସିଂବାଡ଼ି, କୋଟଗଡ଼, ସୁବର୍ଣ୍ଣଗିରି, ବେଲଘର, ତୁମୁଡ଼ିବନ୍ଧ, ବାଲିଗୁଡ଼ା, ଖମନଖୋଲ, ବାରଖମା, ବାଲନ୍ଦାପଡ଼ା ଓ ସାଡ଼ିଙ୍ଗିଆ ଅଞ୍ଚଳରେ ମଧ୍ୟ ତାପମାତ୍ରା ୧୦ ଡିଗ୍ରି ତଳେ ରହିଥିବା ଜଣାପଡ଼ିଛି । ପ୍ରବଳ ଥଣ୍ଡା ସାଙ୍ଗକୁ ଆଜି ସକାଳ ୧୦ଟା ପର୍ଯ୍ୟନ୍ତ ଘନକୁହୁଡ଼ି ଆସ୍ତରଣରେ ରହିଥିଲା କନ୍ଧମାଳ ଜିଲ୍ଲା। ଅନ୍ୟପଟେ ସୁନ୍ଦରଗଡ଼ ଜିଲ୍ଲାରେ ଆଜି ସକାଳେ ଘନ କୁହୁଡ଼ି ଦେଖିବାକୁ ମିଳିଥିବା ବେଳେ କଳାହାଣ୍ଡିରେ ମଧ୍ୟମଧରଣର କୁହୁଡ଼ି ଦେଖାଯାଇଥିଲା।

Odisha cold Shivering in cold Odisha Severe cold for the next 4 days

ରାଜ୍ୟରେ ପାରଦ ତଳମୁହାଁ ହେବାରେ ଲାଗିଥିବା ବେଳେ ୧୫ ସହରର ତାପମାତ୍ରା ୧୫ ଡିଗ୍ରି ତଳକୁ ଖସିଛି । ଦାରିଙ୍ଗବାଡ଼ି ଓ ଫୁଲବାଣୀର ରାତି ପାରଦ ୧୦ ଡିଗ୍ରି ତଳକୁ ଖସିଥିବା ବେଳେ ରାଉରକେଲାରେ ୧୦.୫, ଝାରସୁଗୁଡ଼ାରେ ୧୦.୬, କେନ୍ଦୁଝରରେ ୧୨.୪, ସୁନ୍ଦରଗଡ଼ ଓ ଅନୁଗୁଳରେ ୧୨.୬, କୋରାପୁଟରେ ୧୩.୨, ବଲାଙ୍ଗୀରରେ ୧୩.୩, ଭବାନୀପାଟଣା ଓ ଢେଙ୍କାନାଳରେ ୧୩.୫, ସୁବର୍ଣ୍ଣପୁରରେ ୧୪.୧, ସମ୍ବଲପୁର‌ରେ ୧୪.୨, ଯାଜପୁରରେ ୧୪.୬ ଓ ହୀରାକୁଦରେ ୧୪.୮ ଡିଗ୍ରି ରାତି ତାପମାତ୍ରା ରେକର୍ଡ ହୋଇଛି । ଦ୍ବୈତନଗରୀ କଟକ ଓ ଭୁବନେଶ୍ବରରେ ବି ପାରଦ ୧୫ ଡିଗ୍ରିରେ ପହଞ୍ଚିଛି । କଟକରେ ମଙ୍ଗଳବାର ରାତି ତାପମାତ୍ରା ୧୫.୨ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଭୁବନେଶ୍ବରରେ ଥିଲା ୧୫.୫ ଡିଗ୍ରି । ସାରା ରାଜ୍ୟର ରାତି ତାପମାତ୍ରା ୨୦ ଡିଗ୍ରି ତଳେ ରହିଛି। ଯାହାର ପ୍ରଭାବରେ ଓଡ଼ିଶାର ସର୍ବତ୍ର ଶୀତଲହରି ଅନୁଭୂତ ହେଉଛି । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଜାଡ଼ ଜାରି ରହିବ। ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ ।

ଶୁକ୍ରବାର ରାତିରେ ଫୁଲବାଣୀରେ ୧୦ ଡିଗ୍ରୀ ଓ ଶନିବାର ରାତିରେ ଫୁଲବାଣୀରେ ୯ ଡିଗ୍ରୀକୁ ଖସିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ରବିବାର ଝାରସୁଗୁଡ଼ାରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ୬.୩ ଡିଗ୍ରୀ କମି ୧୧.୬ ଡିଗ୍ରୀ ରେକର୍ଡ ହୋଇଥିଲା । ସୋମବାର ଏହା ପୁଣି କମି ୧୧.୧ଡିଗ୍ରୀ ରେକର୍ଡ ହୋଇଛି । ଗତ ୫ ଦିନରେ ଝାରସୁଗୁଡ଼ାରେ ରାତି ତାପମାତ୍ରା ୫.୮ ଡିଗ୍ରୀ ଖସିଲାଣି । ସମ୍ବଲପୁର ଓ ହୀରାକୁଦରେ ୧୫.୬, ଭୁବନେଶ୍ୱରରେ ୧୬.୨, ବାଲେଶ୍ୱରରେ ୧୭.୮, ପାରାଦୀପରେ ୧୮.୭, ଗୋପାଳପୁରରେ ୧୮.୮, ଚାନ୍ଦବାଲିରେ ୧୯.୨ ଓ ପୁରୀରେ ୨୦.୫ ଡିଗ୍ରୀ ରେକର୍ଡ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+