ମିଡ ଡେ ମିଲ ପାଇଁ ଟ୍ରେନିଂ ନେବେ ରୋଷେୟା ଓ ସହାୟକ
ଭୁବନେଶ୍ୱର: ଆସନ୍ତାକାଲିଠାରୁ ମିଡ ଡେ ମିଲର ରୋଷେୟା ଏବଂ ସହାୟକଙ୍କୁ ଦିଆଯିବ ତାଲିମ । ଖାଦ୍ୟର ସୁରକ୍ଷା ଓ ହାଇଜିନ ଖାଦ୍ୟ ପ୍ରସ୍ତୁତ କରିବା ।
ସେମାନେ ନିଜକୁ କେମିତି ସଫା ଏବଂ ସ୍ୱଚ୍ଛ ରଖିବେ, ଖାଦ୍ୟକୁ କିଭଳି ସ୍ୱଚ୍ଛତାର ସହ ପ୍ରସ୍ତୁତ କରିବେ । ସେନେଇ ସେମାନଙ୍କୁ ତାଲିମ କରାଯିବ । ବର୍ତ୍ତମାନ ରାଜ୍ୟର ସମସ୍ତ ସ୍କୁଲରେ ଖରା ଛୁଟି ଚାଲିଥିବା ବେଳେ ଏବେ ଘରେ ରହିଛନ୍ତି ଏହି ରୋଷେୟା ଓ ସହାୟକ ମାନେ । ତେଣୁ ଛୁଟି ସମୟରେ ସେମାନଙ୍କୁ ସଠିକ୍ ଭାବେ ତାଲିମ ଦେବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।

ମିଶନ ଶକ୍ତି ଭବନରେ ଆୟୋଜିତ ହେବାକୁ ଥିବା ଏହି ପ୍ରଶିକ୍ଷଣ ଶିବିର ଆଠଟି ପର୍ଯ୍ୟାୟରେ ହେବ । ଏହି କାର୍ଯ୍ୟକ୍ରମରେ ୬୦୦ରୁ ଅଧିକ ରୋଷେୟା ଏବଂ ସହାୟକଙ୍କୁ ତାଲିମ ଦିଆଯିବ । ସେମାନେ ତାଲିମ ନେବା ପରେ ବ୍ଲକସ୍ତରରେ ଅନ୍ୟ ରୋଷେୟା ଓ ସହାୟକଙ୍କୁ ତାଲିମ ପ୍ରଦାନ କରିବେ ।
ଅନେକ ସମୟରେ ମଧ୍ୟାହ୍ନ ଭୋଜନରେ ଡାଲି ଓ ଭାତରୁ ପୋକ ଦେଖିବାକୁ ମିଳୁଛି । ଯାହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ଅସନ୍ତୋଷ ଦେଖିବାକୁ ମିଳେ । ଏପରିକି କିଛି ସ୍ଥାନରେ ଅପରିଷ୍କାର ପରିବେଶରେ ଖାଦ୍ୟ ପ୍ରସ୍ତୁତ ହେଉଥିବାରୁ ଛାତ୍ରଛାତ୍ରୀ ଖାଇବାକୁ ଅମଙ୍ଗ ହେଉଛନ୍ତି । ଏଭଳି ସ୍ଥଳେ ରୋଷେୟା ଓ ସହାୟକଙ୍କୁ ରୋଷେଇରେ ସ୍ୱଚ୍ଛତା ରଖିବାକୁ ଯେଉଁ ଟ୍ରେନିଂ ଦିଆଯିବ ତାହା ବେଶ ସହାୟକ ହେବ ।












Click it and Unblock the Notifications