୧୮ ଓ ୨୫ ତାରିଖରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ଜାଣନ୍ତୁ କାରଣ
Odisha CM Mohan Charan Majhi: ୧୮ ଓ ୨୫ ତାରିଖରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ । ମୁଖ୍ୟମନ୍ତ୍ରୀ ମୋହ ଚରଣ ମାଝୀ କାର୍ଯ୍ୟବ୍ୟସ୍ତତା ଯୋଗୁଁ ଉପସ୍ଥିତ ରହି ପାରିବେ ନାହିଁ ବୋଲି ସୂଚନା ରହିଛି । ଏନେଇ ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ । ଖୁବ୍ ଶୀଘ୍ର ଏନେଇ ସୂଚନା ଜାରି କରାଯିବ ।

ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଜୁଲାଇ ୧ ତାରିଖରୁ ପ୍ରତ୍ୟେକ ସୋମବାର 'ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ'ରେ ରାଜ୍ୟବାସୀଙ୍କ ଅଭିଯୋଗ ଶୁଣୁଛନ୍ତି ।












Click it and Unblock the Notifications