For Quick Alerts
Turn On Notification  
For Daily Alerts
Oneindia App Download

କେନ୍ଦ୍ର ବଜେଟକୁ ନେଇ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମିଶ୍ରିତ ପ୍ରତିକ୍ରିୟା

By Staff
|

ଭୁବନେଶ୍ୱର: 2022-23 କେନ୍ଦ୍ର ବଜେଟକୁ ନେଇ ମିଶ୍ରିତ ପ୍ରତିକ୍ରିୟା ରଖିଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବଜେଟର ବିଭିନ୍ନ ବିଷୟକୁ ସ୍ଵାଗତ କରିଛନ୍ତି ନବୀନ ପଟ୍ଟନାୟକ । ବଜେଟରେ ଟେକ୍ନୋଲୋଜି ଏବଂ ଭିତ୍ତିଭୂମି ସମ୍ପର୍କିତ ବିକାଶ ଉପରେ ଗୁରୁତ୍ୱ ଦିଆଯିବାକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ବୈଷୟିକ ଜ୍ଞାନ କୌଶଳର ଉପଯୋଗକୁ ମୁଖ୍ୟମନ୍ତ୍ରୀ ସକାରାତ୍ମକ ଦୃଷ୍ଟିରେ ଦେଖିଛନ୍ତି ।

ନବୀନ ପଟ୍ଟନାୟକ

ଜଳ ଜୀବନ ମିଶନ, ପିଏମ୍‌ଏଓ୍ୱାଇ ଅନୁଯାୟୀ ଆବଣ୍ଟନ ବୃଦ୍ଧିକୁ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହିତ ଗ୍ରାମୀଣ ଆବାସ ଯୋଜନାରେ ଓଡ଼ିଶାର ଦାବିକୁ ଅଣଦେଖା କରାଯାଉଥିବା ବେଳେ ଅନ୍ୟ ରାଜ୍ୟଗୁଡ଼ିକର ଦାବିକୁ ଗ୍ରହଣ କରାଯାଉଛି । କେନ୍ଦ୍ର ସରକାର ଓଡ଼ିଶାର ଗରିବ ଏବଂ ଆଦିବାସୀ ଜନସାଧାରଣଙ୍କ ସହ ହେଉଥିବ ଅନ୍ୟାୟ ପ୍ରତି ଧ୍ୟାନ ଦେବେ ବୋଲି ଆଶା ବ୍ୟକ୍ତ କରିଛନ୍ତି ।

କରୋନା କାଳରେ ମନ୍‌ରେଗାରେ ବଜେଟ ହ୍ରାସକୁ ନାପସନ୍ଦ କରିଛନ୍ତି ମୁଖ୍ୟମନ୍ତ୍ରୀ । ଗରିବ ଏବଂ ମଧ୍ୟବିତ୍ତ ଶ୍ରେଣୀର ଲୋକେ ଦର ବୃଦ୍ଧି ସର୍ବାଧିକ ପ୍ରଭାବିତ ହେଉଛନ୍ତି । ବଜେଟରେ ଏ ନେଇ କୌଣସି ପ୍ରକାର ବ୍ୟବସ୍ଥା ହୋଇନାହିଁ । ଏଥିସହିତ ଏଲ୍‌ପିଜି ସବ୍‌ସିଡିରେ ମଧ୍ୟ ହ୍ରାସ କରାଯାଉଛି । ଏହା ଦ୍ୱାରା ଗୃହ ଅର୍ଥନୀତି ବିଶେଷ ଭାବେ ପ୍ରଭାବିତ ହେବେ । ଓଡ଼ିଶା ମିଲେଟ ମିଶନ ପୋଷଣ ଏବଂ ଚାଷୀଙ୍କ ଆୟ ବୃଦ୍ଧିରେ ସହାୟକ ହୋଇପାରିଛି । କେନ୍ଦ୍ର ସରକାର ମଧ୍ୟ ମାଣ୍ଡିଆର ଗୁରୁତ୍ୱକୁ ବୁଝିପାରିଥିବାରୁ ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି । ଅନ୍ୟ ପକ୍ଷରେ ମିଳିତ ଜାତିସଂଘକୁ ବର୍ଷ ୨୦୨୩କୁ ଅନ୍ତର୍ଜାତୀୟ ମାଣ୍ଡିଆ ବର୍ଷ ଭାବେ ଘୋଷଣା କରିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Odisha CM welcomes Union Budget 2022, expresses concern for no provision for MGNREGA
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X