ନବ ଦାସଙ୍କ ଦ୍ୱାଦଶାହରେ ମୁଖ୍ୟମନ୍ତ୍ରୀ: ଶ୍ରଦ୍ଧାଞ୍ଜଳି ଦେଲେ, ପରିବାର ଲୋକଙ୍କୁ ସମବେଦନା ଜଣାଇଲେ

ଝାରସୁଗୁଡ଼ା ସରବାହାଲ ହାଇସ୍କୁଲ୍ ପଡ଼ିଆରେ ଆଜି ନବ ଦାସଙ୍କ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଇଛି । ସ୍ମୃତିସଭାରେ ପହଞ୍ଚି ଦିବଂଗତ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Odisha CM Tributes Late Naba Das

ଝାରସୁଗୁଡ଼ା: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ବର୍ଗତ ନବ କିଶୋର ଦାସଙ୍କ ଆଜି ଦ୍ବାଦଶ କ୍ରିୟା । ଝାରସୁଗୁଡ଼ା ସରବାହାଲ ହାଇସ୍କୁଲ୍ ପଡ଼ିଆରେ ଆଜି ନବ ଦାସଙ୍କ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଇଛି । ସ୍ମୃତିସଭାରେ ପହଞ୍ଚି ଦିବଂଗତ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇବା ସହ ନବଦାସଙ୍କ ଫଟୋ ଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

ସଭାସ୍ଥଳିରେ ପରିବାର ଲୋକେ ଉପସ୍ଥିତ ଥିବା ବେଳେ ଭାବବିହ୍ୱଳ ପରିବେଶ ସୃଷ୍ଟି ହୋଇଛି । ନବ ଦାସଙ୍କ ପତ୍ନୀ, ପୁଅ ଓ ଝିଅ ସେଠାରେ ଉପସ୍ଥିତ ଅଛନ୍ତି । ସୁରକ୍ଷା ପାଇଁ ବ୍ୟାପକ ପୋଲିସ ବନ୍ଦୋବସ୍ତ କରାଯାଇଛି । ପ୍ରାୟ ୨୦ ପ୍ଲାଟୁନ ଫୋର୍ସ ଏଥିପାଇଁ ମୁତୟନ ହୋଇଛନ୍ତି । ବିଜେଡି ବରିଷ୍ଠ ନେତା ଓ ମନ୍ତ୍ରୀ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଅନ୍ୟପଟେ ଏହି ସଭାରେ ଝାରସୁଗୁଡା, ସମ୍ବଲପୁର ସହ ଆଖପାଖ ଅଞ୍ଚଳର ବହୁ ଲୋକ ଯୋଗ ଦେଇଛନ୍ତି ।

ଅନ୍ୟପଟେ ଶ୍ରଦ୍ଧାଞ୍ଜଳି ସଭାରେ ଷ୍ଟେଜ ଉପରେ ଭାଷଣ ଦେବା ବେଳେ ବାପାଙ୍କୁ ମନେ ପକାଇ କାନ୍ଦି ପକାଇଥିଲେ ଝିଅ ଦୀପାଳି । କାନ୍ଦି କାନ୍ଦି ସେ କହିଥିଲେ, 'ମୁଁ କେବେ ଭାବି ନଥିଲି ମୋ ବାପାଙ୍କ ନାଁ ପୂର୍ବରୁ ସ୍ୱର୍ଗତଃ ଲଗାଇବାକୁ ପଡ଼ିବ। ହେଲେ ଆଜି ଲଗାଇବାକୁ ପଡ଼ୁଛି। ଯେତେବେଳେ ବି ମୁଁ ଷ୍ଟେଜ୍‌କୁ ଆସୁଥିଲି କିଛି କହିବା ପାଇଁ, ପଛରେ ବାପା ବସି ମୋ ଭାଷଣ ଶୁଣୁଥିଲେ ଆଉ କହୁଥିଲେ, ଦୀପାଳି ତୁ ଭଲ କହୁଛୁ। ହେଲେ ଆଜି ସେ ମୋ ପାଖରେ ନାହାନ୍ତି । କିନ୍ତୁ ମୁଁ ଜାଣିଛି ଆଜିବି ସେ ମୋ ପଛ ଆଡ଼େ ଛିଡ଼ା ହୋଇଛନ୍ତି । ଆଜି ବି ମୁଁ ଯାହା କହିବି ସବୁ ସେ ଶୁଣୁଛନ୍ତି । ଆଉ ସବୁବେଳେ ବାପା ମୋ ସହ ଅଛନ୍ତି।'

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+