ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର କୋଭିଡ ସ୍ଥିତିର ସମୀକ୍ଷା କରିବେ
ଭୁବନେଶ୍ବର: ଆଜି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ କୋଭିଡ ସଂକ୍ରମଣ ସ୍ଥିତିର ସମୀକ୍ଷା କରିବେ । ଗତ ଏକ ସପ୍ତାହ ଧରି ରାଜ୍ୟରେ ସଂକ୍ରମଣ ଦ୍ରୁତ ଗତିରେ ବଢିବାରେ ଲାଗିଥିବା ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଏହାର ମୁକାବିଲା, ସ୍ୱାସ୍ଥ୍ୟ ଭିତ୍ତିଭୂମି, ଟୀକାକରଣ ଇତ୍ୟାଦି ସମ୍ପର୍କରେ ସମୀକ୍ଷା କରିବେ । ଆଜିଠାରୁ ବୂଷ୍ଟର ଡୋଜ ପ୍ରଦାନ କରାଯିବ, ସେନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ଆଲୋଚୋନ କରିପାରନ୍ତି ।

ନୂଆବର୍ଷ ଆରମ୍ଭରେ କୋଭିଡ ସଂକ୍ରମଣ ଦୈନିକ ଦୁଇଶହ ରହୁଥିବା ବେଳେ ମାତ୍ର 10 ଦିନ ମଧ୍ୟରେ ଏହା ପ୍ରାୟ 5 ହଜାରରେ ପହଞ୍ଚିଛି । ସେହିପରି ଓମିକ୍ରନ ସଂକ୍ରମଣ ମଧ୍ୟ ବଢିବାରେ ଲାଗିଛି। ଏହି ସବୁ ମଧ୍ୟରେ ରାଜ୍ୟ ପଂଚାୟତ ନିର୍ବାଚନକୁ ସମନା କରିବାକୁ ଯାଉଛି, ଯାହା ଅଧିକ ଫଳରେ ସଂକ୍ରମଣ ଆହୁରି ଅଧିକ ହେବା ଆଶଙ୍କା ରହିଛି। ଏହିସବୁ ବିଷୟକୁ ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସ୍ୱାସ୍ଥ୍ୟ ବିଭାଗ ଏବଂ ଅନ୍ଯାନ୍ଯ ଅଧିକାରୀ ମାନଙ୍କ ସହିତ ପରାମର୍ଶ କରି ପାରନ୍ତି । ଗତ ଶନିବାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଭିଭିନ୍ନ ଜିଲ୍ଲାରେ କୋଭିଡ ସ୍ଥିତିର ସମୀକ୍ଷା କରି ହସ୍ପିଟାଲ ଭିତ୍ତିଭୂମି ସମ୍ବନ୍ଧରେ ସବିଶେଷ ଆଲୋଚୋନ କରିଥିଲେ । ସୂଚନା ଯୋଗ୍ୟରେ, ଆଜି ରାଜ୍ୟରେ 4829 ଜଣ ନୂତନ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଏଥି ମଧ୍ୟରୁ 448 ଜଣ 18 ବର୍ଷରୁ କମ ବୟସ୍କ ଅଛନ୍ତି।












Click it and Unblock the Notifications