ସହରାଞ୍ଚଳ ବସ୍ତିବାସିନ୍ଦାଙ୍କୁ ମିଳିଲା ନୂଆ ଠିକଣା: ୩ଟି ଆବାସ ପ୍ରକଳ୍ପ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସହରି ଗରିବଙ୍କୁ ମିଳିଲା ଘର । ଆଜି ଭୁବନେଶ୍ୱରରେ ସହାରାଞ୍ଚଳ ଆବାସ ଯୋଜନାରେ ବସ୍ତିବାସିନ୍ଦାଙ୍କ ପାଇଁ ନିର୍ମିତ ଘର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବସ୍ତିବାସିନ୍ଦାଙ୍କ ପାଇଁ ୩ଟି ଆବାସ ପ୍ରକଳ୍ପର ଉଦଘାଟନ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ହାତରୁ ଚାବି ଗ୍ରହଣ କଲେ ହିତାଧିକାରୀ । ଚନ୍ଦ୍ରଶେଖରପୁର, ଶାନ୍ତିନଗର, ଏବଂ ସୁବୁଦ୍ଧିପୁରରେ ଏହି ୩ଟି ପ୍ରକଳ୍ପ ଉଦଘାଟିତ ହୋଇଛି ।

ସରକାରୀ ଏବଂ ଘରୋଇ ଭାଗିଦାରିତାରେ ଏହି ତିନୋଟି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ଚନ୍ଦ୍ରଶେଖରପୁର ବୁଦ୍ଧବିହାର ଆବାସ ଯୋଜନାରେ ୫ ମହଲା ବିଶିଷ୍ଟ ଆପାର୍ଟମେଣ୍ଟରେ ମୋଟ୍ ୨୬୦୦ ବସ୍ତିବାସିନ୍ଦାଙ୍କୁ ଘର ଯୋଗାଇ ଦିଆଯିବ । ପ୍ରଥମ ପର୍ଯ୍ୟାୟରେ ୮୨୦ଟି ଘରର ସମ୍ପୁର୍ଣ୍ଣ କରି ଏହାକୁ ବିଡିଏକୁ ହସ୍ତାନ୍ତର କରାଯାଇ ସରିଛି । ବିଡିଏକୁ ହସ୍ତାନ୍ତର ହୋଇଥିବା ପ୍ଲାଟ୍ ମଧ୍ୟରୁ ୩୦୩ ଜଣ ହିତାଧିକାରୀଙ୍କୁ ହସ୍ତାନ୍ତର କରାଯିବ ।

EWS

ସୂଚନାଥାଉ ଯେ, ବିଭିନ୍ନ ବସ୍ତୁରୁ ଉଚ୍ଛେଗ ହୋଇ ଟ୍ରାନଜିଟ୍ ହାଉସରେ ରହୁଥିବା ବସ୍ତିବାସିନ୍ଦାଙଅକ ସହ ନାରାୟଣୀ ବସ୍ତି, ତେଲୁଗୁ ବସ୍ତି, ଶ୍ରୀକୃଷ୍ଣ ନଗର ବସ୍ତ, ସରସ୍ୱତୀ ବସ୍ତି ଭେଙ୍କଟେଶ୍ୱର ବସ୍ତ, ସାଲିଆସାହିର ଶକ୍ତି ବିହାରର ବସ୍ତିବାସିନ୍ଦାଙ୍କୁ ଏଠାରେ ଘର ପ୍ରଦାନ କରାଯିବ । ରାଜଧାମୀ ଭୁବନେଶ୍ୱରରେ ସହରାଞ୍ଚ ଗରିବଙ୍କ ପାଇଁ ବିଭିନ୍ନ ପର୍ଯ୍ୟାୟରେ ୭ ହଜାରିୁ ଅଧି ବାସଗୃହ ନର୍ମାଣ କରାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+