Odisha CM: ସସପେନ୍ସ ବଢ଼ିଲା; କିଏ ହେବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ?
କିଏ ହେବେ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ, ଏ ନେଇ ସସପେନ୍ସ ବଢ଼ିଛି । ମୋଦୀଙ୍କ ବୈଠକରେ ଧର୍ମେନ୍ଦ୍ର ପ୍ରଧାନ ସାମିଲ ହେବା ପରେ ଏହି ସସପେନ୍ସ ଆହୁରି ବଢିଯାଇଛି ।
ଓଡ଼ିଶାରେ ବିଜେପିକୁ ସଂଖ୍ୟାଗରିଷ୍ଠତା ମିଳିବା ପରେ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ହେବା ନେଇ ଜୋରଦାର ଚର୍ଚ୍ଚା ହେଉଥିଲା । କୁହାଯାଉଥିଲା, ଯେତେଜଣ ମୁଖ୍ୟମନ୍ତ୍ରୀ ରେସରେ ଅଛନ୍ତି ସେମାନଙ୍କ ମଧ୍ୟରେ ଆଗରେ ଅଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ତେବେ ଆଜି ଦିଲ୍ଲୀରୁ ଯେଉଁ ଚିତ୍ର ଆସିଛି ତାହା ସସପେନ୍ସକୁ ବଢାଇ ଦିଆଯାଇଛି । ମୋଦୀଙ୍କ କ୍ୟାବିନେଟରେ ସାମିଲ ହେବାକୁ ଥିବା ନେତାଙ୍କ ସହ ବୈଠକରେ ଧର୍ମେନ୍ଦ୍ର ସାମିଲ ହୋଇଥିଲେ ।
ତେଣୁ ଧର୍ମେନ୍ଦ୍ର କେନ୍ଦ୍ରରେ କ୍ୟାବିନେଟ୍ ମନ୍ତ୍ରୀ ହେଲେ ଓଡ଼ିଶାରେ କିଏ ମୁଖ୍ୟମନ୍ତ୍ରୀ ହେବ ତାକୁ ନେଇ ଚର୍ଚ୍ଚା ବଢିଛି । ସେପଟେ ୧୦ ନୁହେଁ ୧୨ ତାରିଖରେ ଶପଥ ସମାରୋହ ଘୁଞ୍ଚିବା ଏହି ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି । ତେବେ ଧର୍ମେନ୍ଦ୍ର ପ୍ରଧାନ କିମ୍ବା ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇ ନାହିଁ ।

ସେହିପରି ୧୧ ତାରିଖରେ ବିଜେପିର ବିଧାୟକ ଦଳ ବୈଠକ ବସିବ। ସେହିଦିନ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯିବ ବୋଲି ସୂଚନା ମିଳିଛି।
ସୂଚନାଯୋଗ୍ୟ, ରାଜ୍ୟରେ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ବିଜେପିକୁ ଏକକ ସଂଖ୍ୟା ଗରିଷ୍ଠତା ମିଳିଛି। ମୋଟ ୧୪୭ ବିଧାନସଭା ଆସନ ମଧ୍ୟରୁ ବିଜେପି ୭୮ ଆସନରେ ବିଜୟୀ ହୋଇଛି। ସେହିପରି ବିଜେଡି ୫୧ ଆସନରେ ଜିତିଥିବାବେଳେ କଂଗ୍ରେସ ୧୪, ସିପିଆଇ ୧ ଏବଂ ସ୍ୱାଧୀନ ପ୍ରାର୍ଥୀ ୩ଟି ଆସନରେ ବିଜୟଲାଭ କରିଛନ୍ତି।












Click it and Unblock the Notifications