Get Updates
Get notified of breaking news, exclusive insights, and must-see stories!

ରାଜ୍ୟ ସମବାୟ-ଖାଦ୍ୟ ଯୋଗାଣ ବିଭାଗର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗ କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଭାଗ ପାଇଁ ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟ ଏବଂ ହାସଲ କରିଥିବା ସଫଳତା ସହ ସରକାର ଦେଇଥିବା ପ୍ରତିଶୃତି ପୂରଣ ଉପରେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି ।

ରାଜ୍ୟରେ ତ୍ରିସ୍ତରୀୟ ସ୍ୱଳ୍ପମିଆଦି ସମବାୟ ଋଣ ବ୍ୟବସ୍ଥା କରାଯାଇଛି । ରାଜ୍ୟରେ ୧୭ ଗୋଟି କେନ୍ଦ୍ର ସମବାୟ ବ୍ୟାଙ୍କ ଓ ୨୭୧୦ ଗୋଟି ପ୍ରାଥମିକ କୃଷିଋଣ ସମବାୟ ସମିତି (ପାକ୍ସ) ମାନେ ଚାଷୀମାନଙ୍କୁ ସହଜ ସୁବିଧା କିମ୍ବା ବିନା ସୁଧରେ ଚାଷ ଋଣ ଯୋଗାଇ ଦେଉଛନ୍ତି । ନିର୍ବାଚନୀ ପ୍ରତିଶ୍ରୁତି ଅନୁଯାୟୀ, ବିନା ସୁଧରେ ଉପଲବ୍ଧ ଋଣର ପରିମାଣ ୫୦ ହଜାର ଟଙ୍କାରୁ ୧ଲକ୍ଷ ପର୍ଯ୍ୟନ୍ତ ସରକାର ବୃଦ୍ଧି କରିଛନ୍ତି ବୋଲି କହିଛନ୍ତି ସମବାୟ ଓ ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ।

Food Supply Department

ସେହିପରି ଖାଦ୍ୟ ସୁରକ୍ଷା ଯୋଜନାରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରିବା ରାଜ୍ୟ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ରହିଥିଲା । ସେ ଅନୁଯାୟୀ ଚଳିତବର୍ଷ ୧୦ ଲକ୍ଷରୁ ଅଧିକ ହିତାଧିକାରୀ ଏହି ଯୋଜନାରେ ସାମିଲ ହୋଇଛନ୍ତି । ଏହା ସହ ଭିଟାମିନ ଯୁକ୍ତ ଚାଉଳ ସମସ୍ତ ୩୦ଟି ଜିଲ୍ଲାରେ ଦିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ।

ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, "କୌଣସି ଯୋଗ୍ୟ ଓ ଦୁଃଖି ବ୍ୟକ୍ତିଙ୍କୁ ଖାଦ୍ୟ ସୁରକ୍ଷାରୁ ବଞ୍ଚିତ କରାଯିବନାହିଁ । ସେମାନଙ୍କୁ ଖାଦ୍ୟ ସୁରକ୍ଷା ପ୍ରଦାନ ନିମିତ୍ତ, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ହିତାଧିକାରୀଙ୍କୁ ସାମିଲ କରିବା ପ୍ରକ୍ରିୟାକୁ ନିରନ୍ତର କରାଯାଇଛି । ବିଭାଗ ଦ୍ୱାରା ବୟସ୍କ, ଅକ୍ଷମ ଏବଂ ଅସୁସ୍ଥ ରୋଗୀଙ୍କୁ ଘରେ ରାସନ ସାମଗ୍ରୀ ପହଞ୍ଚାଇ ଦିଆଯିବାର ବ୍ୟବସ୍ଥା ଆରମ୍ଭ କରାଯାଇଛି । ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଅଧିକ ମହିଳା ସ୍ୱଂୟ ସହାୟକ ଗୋଷ୍ଠୀ ଏବଂ ଗ୍ରାମପଞ୍ଚାୟତଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି । ଆଜି ସୁଦ୍ଧା ରାଜ୍ୟର ପ୍ରାୟ ୬୦% ଖାଉଟି ସାମଗ୍ରୀ ମହିଳା ସ୍ୱଂୟ ସହାୟକ ଗୋଷ୍ଠୀ ଏବଂ ଗ୍ରାମପଞ୍ଚାୟତଙ୍କ ଦ୍ୱାରା ବଣ୍ଟନ କରାଯାଉଛି । ମହିଳା ସ୍ୱଂୟ ସହାୟକ ଗୋଷ୍ଠୀଙ୍କୁ ଧାନ କ୍ରୟ ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରିବାରେ ଓଡିଶା ସମଗ୍ର ଦେଶରେ ପ୍ରଥମ ରାଜ୍ୟ । ପ୍ରାୟ ୬୮୭ ମହିଳା ସ୍ୱଂୟ ସହାୟକ ଗୋଷ୍ଠୀ ଧାନ କ୍ରୟ ବ୍ୟବସ୍ଥାରେ ଅଂଶଗ୍ରହଣ କରୁଛନ୍ତି ।"

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ସଫଳ କାର୍ଯ୍ୟାନ୍ୱୟନ ପାଇଁ କେନ୍ଦ୍ର ସରକାର ରାଜ୍ୟ ରାଙ୍କିଂ ଇଣ୍ଡେକ୍ସ ୨୦୨୧-୨୨ରେ ଓଡ଼ିଶା ଦେଶରେ ୧ ନମ୍ବର ସ୍ଥାନ ଅଧିକାର କରିଛି । ଆଇଆଇଏମ ଅହମ୍ମଦାବାଦ ଦ୍ୱାରା ଓଡିଶାରେ NFSA ଏବଂ SFSSର ସଫଳ କାର୍ଯ୍ୟକାରିତାକୁ ଏକ କେସ ଷ୍ଟଡି ଭାବରେ ଗ୍ରହଣ କରାଯାଇଛି । ସାଧାରଣ ବଣ୍ଟନ ବ୍ୟବସ୍ଥା, ପ୍ରଧାନମନ୍ତ୍ରୀ ପୋଷଣ କାର୍ଯ୍ୟକ୍ରମ, ସମନ୍ବିତ ଶିଶୁ ବିକାଶ ଯୋଜନା, ଅନ୍ୟାନ୍ୟ କଲ୍ୟାଣକାରୀ ଯୋଜନା ତଥା FCI ଜରିଆରେ ସେଣ୍ଟ୍ରାଲ ପୁଲକୁ ଭିଟାମିନଯୁକ୍ତ ଚାଉଳ ଯୋଗାଇ ଦେବାରେ ରାଜ୍ୟ ଅଗ୍ରଣୀ ଭୂମିକା ଅର୍ଜନ କରିଛି । ସାଟେଲାଇଟ ଜ୍ଞାନକୌଶଳ ବ୍ୟବହାର କରି ଧାନ ଫସଲ ହେଉଥିବା ଅଞ୍ଚଳର ଗ୍ରାମୱାରୀ ଏବଂ ପ୍ଲଟସ୍ତରରେ ଏହାର ବିଶ୍ଳେଷଣ ପାଇଁ, ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗକୁ "Planet Purpose Award 2023" ପ୍ରଦାନ କରାଯାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+