‘ଲକଡାଉନ ଲିରିକ୍ସ’ ପୁସ୍ତକର ଉନ୍ମଚୋନ କଲେ ମୁଖ୍ୟମନ୍ତ୍ରୀ ନବୀନ
ସାହିତ୍ୟିକା ସଞ୍ଜୁକ୍ତା ଦାଶଙ୍କ ଦ୍ୱାରା ‘ଲକଡାଉନ ଲିରିକ୍ସ' ପୁସ୍ତକର ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ଏକ ପଦ୍ୟ ସଙ୍କଳନ ।
ଭୁବନେଶ୍ୱର: ସାହିତ୍ୟିକା ସଞ୍ଜୁକ୍ତା ଦାଶଙ୍କ ଦ୍ୱାରା 'ଲକଡାଉନ ଲିରିକ୍ସ' ପୁସ୍ତକର ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ଏକ ପଦ୍ୟ ସଙ୍କଳନ । କରୋନା ମହାମାରୀ ସମୟରେ ହୋଇଥିବା ସମସ୍ୟା ଓ ସ୍ୱାସ୍ଥ୍ୟ ସଙ୍କଟକୁ ଏହି ସଙ୍କଳନ ଲେଖା ଯାଇଛି। ଜନତା କରୋନାର ମୁକାବିଲା କରି ପୁଣିଥରେ ଜୀବନ ବଞ୍ଚିବାର ସ୍ଥିତିକୁ ନିଜ ପଦ୍ୟ ମାଧ୍ୟମରେ ଲୋକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ଚେଷ୍ଟା କରିଛନ୍ତି ଲେଖିକା ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପୁସ୍ତକ ଉନ୍ମୋଚନ କରିବା ସହିତ ସଞ୍ଜୁକ୍ତା ଦାଶଙ୍କ ଏପରି ସର୍ଜନାତ୍ମକ ଚିନ୍ତାଧାରା ପାଇଁ ଖୁବ ପ୍ରଶଂସା କରିଛନ୍ତି । ସଞ୍ଜୁକ୍ତା ଦାଶ ଓଡ଼ିଆ ସାହିତ୍ୟରେ ଏକ ଜଣାଶୁଣା ନାମ । ଓଡ଼ିଆରେ ତାଙ୍କର ତିନୋଟି କବିତା ସଂକଳନ ଅଛି - ଅନ୍ତଃସ୍ବର, ଅମୃତ ଅନ୍ୱେଶା ଏବଂ ଅପେକ୍ଷାରେ ଏବେ ବି। ଲେଖକ ପ୍ରେସ୍ ନୂଆଦିଲ୍ଲୀ ଦ୍ୱାରା ପ୍ରକାଶିତ ଇଂରାଜୀ ସାହିତ୍ୟରେ ଲକଡାଉନ୍ ଲିରିକ୍ସ ହେଉଛି ତାଙ୍କର ପ୍ରଥମ ପ୍ରୟାସ।












Click it and Unblock the Notifications