Get Updates
Get notified of breaking news, exclusive insights, and must-see stories!

ବିଧାୟକ ପ୍ରଦୀପଙ୍କ ଦୁର୍ନୀତି ମାମଲାର ତଦନ୍ତ କରିବେ ଲୋକାୟୁକ୍ତ, ମୁଖ୍ୟମନ୍ତ୍ରୀଙ୍କ ସୁପାରିଶ

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଦୁର୍ନୀତି ମାମଲାର ତଦନ୍ତ କରିବେ ଲୋକାୟୁକ୍ତ ।

ଭୁବନେଶ୍ୱର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଦୁର୍ନୀତି ମାମଲାର ତଦନ୍ତ କରିବେ ଲୋକାୟୁକ୍ତ । ଏଥିପାଇଁ ସୋମବାର ନିଜେ ସୁପାରିସ କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଲୋକାୟୁକ୍ତଙ୍କୁ ସୁପାରିସ କରାଯିବାରେ ଏହା ରାଜ୍ୟର ପ୍ରଥମ ମାମଲା ହୋଇଛି ।

Pradeep Panigrahi

ସିଏମଓ ଅଫିସରୁ ପ୍ରକାଶ ପାଇଥିବା ଏକ ବିବୃତିରରେ ଲେଖା ଯାଇଛି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ସରକାର ସାଧାରଣ ଲୋକଙ୍କ ପ୍ରତି ହେଉଥିବା ଦୁର୍ନୀତି ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଜଣାଶୁଣା ଏବଂ ଓଡିଶାବାସୀଙ୍କୁ ଏକ ସ୍ୱଚ୍ଛ ପ୍ରଶାସନ ପ୍ରଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ।

ସୂଚନାଯୋଗ୍ୟ, ଟାଟା ମୋଟର୍ସ ନାଁରେ ଜାଲ ନିଯୁକ୍ତି ଓ ଅର୍ଥ ଠକେଇ ମାମଲାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କରାଯାଇଛି । ସେ ଜାମିନ ପାଇଁ ଆବେଦନ କରିଥିଲେ । ସୋମବାର ଜାମିନ ଆବେଦନର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି କୋର୍ଟ । ଶୁଣାଣି ବେଳେ ପ୍ରଦୀପଙ୍କ ଓକିଲ ଜାମିନ ଦେବା ପାଇଁ କହିଥିବା ବେଳେ ତଦନ୍ତ ଚାଲିଥିବାରୁ ଜାମିନ ନଦେବା ପାଇଁ ମତ ରଖିଥିଲା କ୍ରାଇମବ୍ରାଞ୍ଚ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+