Odisha CM Oath Ceremony: ମୋହନଙ୍କ ମନ୍ତ୍ରିମଣ୍ଡଳରେ କାହାକୁ ମିଳିବ ସୁଯୋଗ ?
ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ ମାଝୀ । ତେବେ ମୋହନଙ୍କ ସମ୍ଭାବ୍ୟ ମନ୍ତ୍ରିମଣ୍ଡଳରେ କାହାକୁ ମିଳିବ ସୁଯୋଗ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି ।
କଳ୍ପନା ଜଳ୍ପନା ଭିତରେ ମନ୍ତ୍ରୀ ରେସରେ ଆଗରେ ରହିଛନ୍ତି ହେଭିୱେଟ ଭାବେ ସୁରେଶ ପୂଜାରୀ, ଜୟ ନାରାୟଣ ମିଶ୍ର, ରବି ନାଏକ ଓ ସୂରମା ପାଢୀ। ନୂଆ ମୁହଁ ଭାବେ ଚର୍ଚ୍ଚାରେ ଥିବା ନାଁ ଗୁଡିକ ହେଲା ପୃଥ୍ୱୀରାଜ ହରିଚନ୍ଦନ, ସୂର୍ଯ୍ୟବଂଶୀ ସୂରଜ, ଲକ୍ଷ୍ମଣ ବାଗ, ସମ୍ପଦ ସ୍ୱାଇଁ ଓ ଦୁର୍ଗା ପ୍ରସନ୍ନ ନାୟକ। ସନାତନ ବିଜୁଳି, ଅମର ନାୟକ, ବିଭୁତି ଜେନା, ସିଦ୍ଧାନ୍ତ ମହାପାତ୍ର, ମୁକେଶ ମହାଲିଙ୍ଗ, ଅଶ୍ୱିନୀ ଷଡଙ୍ଗୀ, ଇରାଶିଷ ଆଚାର୍ଯ୍ୟ, ଆକାଶ ଦାସନାୟକ ଓ ବାବୁ ସିଂଙ୍କୁ ବି ମିଳିପାରେ ଗୁରୁତ୍ୱପୂର୍ଣ୍ଣ ବିଭାଗ।

ସେହିପରି ଆଶାୟୀ ବିଧାୟକମାନେ ଫୋନ କଲ୍ ଅପେକ୍ଷାରେ ଅଛନ୍ତି। ରାଜ୍ୟ ମନ୍ତ୍ରିମଣ୍ଡଳରେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ସର୍ବାଧିକ ୨୧ ଜଣ ରହିପାରିବେ।
ଚର୍ଚ୍ଚା ହେଉଥିବା ନେତାଙ୍କ ବ୍ୟତୀତ ନୂଆ ମନ୍ତ୍ରିମଣ୍ଡଳରେ ସରପ୍ରାଇଜ୍ ଚେହେରାଙ୍କୁ ମିଳିପାରେ ସୁଯୋଗ। ଅଭିଜ୍ଞ, ନବାଗତଙ୍କୁ ମିଶାଇ ସବୁ ସଂସଦୀୟ କ୍ଷେତ୍ରକୁ ଯେଭଳି ପ୍ରତିନିଧିତ୍ୱ ମିଳିବ, ତା'ଉପରେ ଗୁରୁତ୍ୱ ଦିଆଯାଉଛି। ଏଥର ବିଜେପିର ୫୨ ଜଣ ବିଧାୟକ ନବାଗତ।












Click it and Unblock the Notifications