Odisha CM Oath Ceremony Live Update: ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ମାଝି
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ମାଝୀ । ଜନତା ମୈଦାନରେ ଓଡିଶାର ରାଜ୍ୟପାଳ ରଘୁବର ଦାସ ମୋହନ ମାଝୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଏଥିସହ ଓଡିଶାରେ ଆରମ୍ଭ ହେଇଛି ମୋହନ ମାଝୀଙ୍କ ସରକାର ।

ମୋହନ ମାଝୀଙ୍କ ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଅମିତ ଶାହା, ନୀତିନ ଗଡକରୀ, ରାଜନାଥ ସିଂହ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବିଜେପି ଶାସିତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ସାମିଲ ହେଇଥିଲେ ।
ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ୧୬ଜଣ ଶପଥ ନେବେ
ମନ୍ତ୍ରୀ ମଣ୍ଡଳର ତାଲିକା ଜଣାପଡ଼ିଲା । ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ୧୬ଜଣ ଶପଥ ନେବେ । ଏହି ୧୬ ଜଣଙ୍କ ନାମରେ ମୋହର ମାରିଛନ୍ତି ରାଜ୍ୟପାଳ ରଘୁବର ଦାସ । ଜନତା ମଇଦାନରେ ଏଇମାନେ ହିଁ ନେବେ ଶପଥ ।
ମୁଖ୍ୟମନ୍ତ୍ରୀ
ମୋହନ ଚରଣ ମାଝୀ
ଉପମୁଖ୍ୟମନ୍ତ୍ରୀ
୧) କନକ ବର୍ଦ୍ଧନ ସିଂହ ଦେଓ
୨) ପ୍ରଭାତୀ ପରିଡ଼ା
କ୍ୟାବିନେଟ୍ ମନ୍ତ୍ରୀ
୧) ସୁରେଶ ପୂଜାରୀ
୨) ରବି ନାରାୟଣ ନାୟକ
୩) ନିତ୍ୟାନନ୍ଦ ଗଣ୍ଡ
୪) କୃଷ୍ଣଚନ୍ଦ୍ର ପାତ୍ର
୫) ପୃଥ୍ୱୀରାଜ ହରିଚନ୍ଦନ
୬) ଡ. ମୁକେଶ ମହାଲିଙ୍ଗ
୭) ବିଭୁତି ଭୁଷଣ ଜେନା
୮) ଡ. କୃଷ୍ଣ ଚନ୍ଦ୍ର ମହାପାତ୍ର
ରାଷ୍ଟ୍ରମନ୍ତ୍ରୀ ସ୍ୱାଧୀନ
୧) ଗଣେଶ ରାମ ସିଂ ଖୁଣ୍ଟିଆ
୨) ସୂର୍ଯ୍ୟବଂଶୀ ସୂରଜ
୩) ପ୍ରଦୀପ ବଳସମାନ୍ତ
୪) ଗୋକୁଳାନନ୍ଦ ମଲ୍ଲିକ
୫) ସମ୍ପଦ ସ୍ୱାଇଁ
ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ପହଞ୍ଚିଲେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ
ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ପହଞ୍ଚିଲେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ... ବର୍ତ୍ତମାନ ସୁଦ୍ଧା ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ, ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସା, ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଓଡିଶାରେ ଆସି ପହଞ୍ଚିସାରିଛନ୍ତି ।


















Click it and Unblock the Notifications