ମେ’ ୨୨ରୁ ସମସ୍ତ ବିଭାଗର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ, ସବୁ ମନ୍ତ୍ରୀ ଦେବେ ରିପୋର୍ଟ କାର୍ଡ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିର ଚତୁର୍ଥ ବର୍ଷ ପୂରଣ ହେବ ମେ ୨୯ରେ । ରାଜ୍ୟବାସୀଙ୍କୁ ସରକାର ଦେବେ ସଫଳତାର ହିସାବ। ରିପୋର୍ଟ କାର୍ଡ ଦେବେ ମନ୍ତ୍ରୀ । ମେ ୨୨ରୁ ବିଭିନ୍ନ ବିଭାଗର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ।

ସବୁ ବିଭାଗରେ ୫ଟି ପ୍ରମୁଖ କାର୍ଯ୍ୟକ୍ରମ ସମେତ ଫାଇଭ-ଟି ଓ ମୋ' କାର୍ଯ୍ୟକ୍ରମ ଅନ୍ତର୍ଗତ ବିଭାଗ ନେଇଥିବା ପଦକ୍ଷେପ ସମ୍ପର୍କରେ ତଥ୍ୟ ଦେବାକୁ ମନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ମେ' ୨୨ ତାରିଖରୁ ମନ୍ତ୍ରୀମାନଙ୍କ ପ୍ରଦର୍ଶନର ସମୀକ୍ଷା ନବୀନ କରିବେ ବୋଲି ଜଣାପଡ଼ିଛି ।

CM Naveen

ଏନେଇ ମୁଖ୍ୟମନ୍ତ୍ରୀ ନିଜର ସମସ୍ତ ମନ୍ତ୍ରୀଙ୍କୁ ବ୍ୟକ୍ତିଗତ ଭାବେ ଚିଠି ଲେଖି ଆସନ୍ତା ମେ' ୨୯ତାରିଖରେ ପଞ୍ଚମ ପାଳି ଶାସନର ଚତୁର୍ଥ ବର୍ଷ ପୂର୍ତ୍ତି ହେଉଥିବା ନେଇ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି ଯେ, ୨୦୧୯ ମେ' ୨୯ ତାରିଖରେ ନବଗଠିତ ମନ୍ତ୍ରିମଣ୍ଡଳର ପ୍ରଥମ ବୈଠକରେ ନିର୍ବାଚନ ଇସ୍ତାହାରରେ ରହିଥିବା ସମସ୍ତ ପ୍ରସ୍ତାବଗୁଡ଼ିକୁ ସରକାରଙ୍କ ଅଗ୍ରାଧିକାର ଭାବେ କାର୍ଯ୍ୟକାରୀ କରିବା ପାଇଁ ନୀତିଗତ ନିଷ୍ପତ୍ତି ନିଆ ଯାଇଥିଲା । ଖୁବଶୀଘ୍ର ୪ବର୍ଷ ପୂରଣ ହେବାକୁ ଯାଉଛି । ତେଣୁ ମେ' ୨୨ତାରିଖରୁ ବିଭାଗଗୁଡ଼ିକର ସମୀକ୍ଷା ବିଭାଗୀୟ ସଚିବମାନଙ୍କ ଉପସ୍ଥିତିରେ କରିବେ ବୋଲି ନବୀନ କହିବା ସହ ପ୍ରତ୍ୟେକ ବିଭାଗ ନିଜର ୫ଟି ପ୍ରମୁଖ କାର୍ଯ୍ୟକ୍ରମର ସଫଳତା ସମ୍ପର୍କରେ ଅବଗତ କରାଇବେ ।

କେଉଁ ବିଭାଗର କେଉଁ ଦିନ ସମୀକ୍ଷା ?

  • ମେ' ୨୨- ରଣେନ୍ଦ୍ର ପ୍ରତାପ ସ୍ୱାଇଁ (କୃଷି, ମତ୍ସ୍ୟପଶୁସମ୍ପଦ), ନିରଞ୍ଜନ ପୂଜାରୀ(ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ)
  • ମେ' ୨୩- ପ୍ରଫୁଲ୍ଲ ମଲ୍ଲିକ(ପୂର୍ତ୍ତ), ପ୍ରଦୀପ କୁମାର ଅମାତ(ଜଙ୍ଗଲ ଓ ପରିବେଶ), ଅତନୁ ସବ୍ୟସାଚୀ ନାୟକ( ଖାଦ୍ୟଯୋଗାଣ, ସମବାୟ)
  • ମେ' ୨୪ - ପ୍ରଦୀପ କୁମାର ଅମାତ୍ (ପଞ୍ଚାୟତିରାଜ), ଟୁକୁନି ସାହୁ(ବାଣିଜ୍ୟ ଓ ପରିବହନ), ରୀତା ସାହୁ( ହସ୍ତତନ୍ତ ଓ ବୟନଶିଳ୍ପ)
  • ମେ' ୨୫- ଟୁକୁନି ସାହୁ (ଜଳସମ୍ପଦ), ରୋହିତ ପୂଜାରୀ(ଉଚ୍ଚଶିକ୍ଷା),
    ରାଜେନ୍ଦ୍ର ଢ଼ୋଲକିଆ (ଯୋଜନା ଓ ସଂଯୋଜନ)
  • ମେ' ୨୬- ଉଷା ଦେବୀ (ଗୃହନିର୍ମାଣ ଓ ନଗର ଉନ୍ନୟନ), ତୁଷାରକାନ୍ତି ବେହେରା (ଇଲେକ୍ଟ୍ରୋନିକ୍ସ ଆଣ୍ଡି ଆଇଟି)
  • ମେ' ୨୭- ବାସନ୍ତୀ ହେମ୍ବ୍ରମ(ମିଶନ ଶକ୍ତି), ପ୍ରୀତିରଞ୍ଜନ ଘଡ଼େଇ (ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା), ଶ୍ରୀକାନ୍ତ ସାହୁ( ଶ୍ରମ ଓ ଇଏସଆଇ)
  • ମେ' ୨୯ - ପ୍ରୀତିରଞ୍ଜନ ଘଡ଼େଇ (ଗ୍ରାମ୍ୟ ଉନ୍ନୟନ), ସମୀର ରଞ୍ଜନ ଦାଶ(ସ୍କୁଲ ଓ ଗଣଶିକ୍ଷା)
  • ମେ' ୩୦- ଜଗନ୍ନାଥ ସାରକା (ଅନୁସୂଚିତ ଜାତି ଓ ଜନଜାତି), ପ୍ରମିଳା ମଲ୍ଲିକ (ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ)
  • ମେ' ୩୧- ତୁଷାରକାନ୍ତି ବେହେରା (କ୍ରୀଡ଼ା ଓ ଯୁବବ୍ୟାପାର), ବାସନ୍ତୀ ହେମ୍ବ୍ରମ (ମହିଳା ଓ ଶିଶୁ ବିକାଶ), ପ୍ରତାପ କେଶରୀ ଦେବ (ଶକ୍ତି)
  • ଜୁନ୍ ୧- ପ୍ରତାପ କେଶରୀ ଦେବ (ଶିଳ୍ପ,ଏମଏସଏମଇ), ଅଶ୍ୱିନୀ କୁମାର ପାତ୍ର (ପର୍ଯ୍ୟଟନ ଓ ସଂସ୍କୃତି), ଅଶୋକ ଚନ୍ଦ୍ର ପଣ୍ଡା (ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ)
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+