ଆଜି ବିଜେଡିର କାର୍ଯ୍ୟକାରିଣୀ ବୈଠକ; ଗୁରୁମନ୍ତ୍ର ଦେବେ ମୁଖ୍ୟମନ୍ତ୍ରୀ

ଆଜି ବିଜେଡିର କାର୍ଯ୍ୟକାରିଣୀ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପୂର୍ବାହ୍ନରେ ଶଙ୍ଖଭବନରେ ଏହି ବୈଠକ ବସିବ । ଆଗକୁ ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନ ଥିବା ବେଳେ ଏହି ବୈଠକ ବହୁ ଗୁରୁତ୍ଵପୂର୍ଣ୍ଣ ।

ରାଜ୍ୟ କାର୍ଯ୍ୟକାରିଣୀର ସମସ୍ତ ସଦସ୍ୟଙ୍କ ସହ ସମସ୍ତ ବିଧାୟକ, ଏମ୍‌ପି, ରାଜ୍ୟ ଛାମୁଆ ସଙ୍ଗଠନର ସଭାପତି ଏବଂ ଆମନ୍ତ୍ରିତ ସାଙ୍ଗଠନିକ କର୍ମକର୍ତ୍ତା ଯୋଗ ଦେବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଠକରେ ଯୋଗଦେଇ ଉଦବୋଧନ ଦେବା କାର୍ଯ୍ୟକ୍ରମ ରହିଛି ।

ସର୍ବଭାରତୀୟ ସ୍ତରରେ ବିଜେଡି ଏକ ପ୍ରମୁଖ ଆଞ୍ଚଳିକ ଦଳ ପାଲଟିଥିବା ବିଜେଡିର ୨୬ତମ ପୂର୍ତ୍ତି ଏବଂ ୨୭ତମ ପ୍ରତିଷ୍ଠା ଦିବସ ଆସନ୍ତା ୨୬ ଡିସେମ୍ବରରେ ରାଜ୍ୟର ପ୍ରତ୍ୟେକ ନିର୍ବାଚନମଣ୍ଡଳୀ ଓ ପୌରାଞ୍ଚଳରେ ପାଳନ ପାଇଁ ଦଳର ସଭାପତି ନିର୍ଦ୍ଦେଶ ଦେଇଛନ୍ତି ।

naveen_patnaik

ଆସନ୍ତା ୨୬ ତାରିଖରେ ବିଜେଡି ନିଜର ୨୭ତମ ପ୍ରତିଷ୍ଠା ଦିବସ ପାଳନ କରିବା । ଏହି ଅବସରରେ ୨୬ ବର୍ଷ ଅବସରରେ ୨୬ ହଜାର ୟୁନିଟ ରକ୍ତ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି । କଟକ ଆନନ୍ଦ ଭବନରୁ ଶଙ୍ଖ ଭବନ ଯାଏଁ ସାଇକେଲ ରାଲି ଅନୁଷ୍ଠିତ ହେବ। ପ୍ରତି ବ୍ଲକ ଓ ନଗରରେ ସଭା ଜରିଆରେ ନବୀନ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ।

ପ୍ରତିଷ୍ଠା ଦିବସ ପାଳନ ଅବସରରେ ଦଳ ବ୍ୟାପକ ସାମାଜିକ କାର୍ଯ୍ୟକ୍ରମ ଆୟୋଜନ କରିବ । ଗଣଦୌଡ଼ ସହ ଜୀବନ ବିନ୍ଦୁ ରକ୍ତଦାନ ଶିବିର, ବୃକ୍ଷରୋପଣ ଭଳି କାର୍ଯ୍ୟକ୍ରମ କରାଯିବ ।

ବିଭିନ୍ନ ସାଧାରଣ ନିର୍ବାଚନ, ଉପନିର୍ବାଚନ, ସମେତ ବିଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେଡି ପ୍ରତି ଲୋକଙ୍କ ଭଲପାଇବା ପ୍ରମାଣିତ ହୋଇଛି । ୩୦ ଜିଲ୍ଲାର ଜିଲ୍ଲାପରିଷଦ ଅଧ୍ୟକ୍ଷ ଓ ୮୦ ପ୍ରତିଶତ ପୌରାଞ୍ଚଳରେ ବିଜେଡି ବିଜୟୀ ହୋଇଛି ।

ଆଗାମି ଦିନରେ ବିଜୁ ଛାତ୍ର ଓ ଯୁବ ଜନତା ଦଳ ସଂଗଠନକୁ ସୁଦୃଢ଼ କରିବ । ମୁଁ ବି ହେବି ନବୀନ ଓଡ଼ିଶା ସାରଥୀ' ଏହି କାର୍ଯ୍ୟକ୍ରମ ଜରିଆରେ ବହୁ ଯୁବକ ଓ ଛାତ୍ରମାନେ ସାମିଲ ହେବେ ବୋଲି ଦଳ କହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+