Get Updates
Get notified of breaking news, exclusive insights, and must-see stories!

୭୮ ବର୍ଷରେ ପଦାର୍ପଣ କଲେ ନବୀନ: ଶୁଭେଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ରାଜ୍ୟପାଳ

Happy Birthday CM Naveen Patnaik: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ମୁଖ୍ୟମନ୍ତ୍ରୀ ପଦବୀରେ ବସିବାରେ କୌଣସି ଭାରତୀୟ ରାଜ୍ୟର ଦୀର୍ଘତମ ସେବାୟତ ନବୀନ ପଟ୍ଟନାୟକ । ଆଜି ମୁଖ୍ୟମନ୍ତ୍ରୀଙ୍କୁ 77 ବର୍ଷ ପୂରି78 ଚାଲିଲା । ଭଉଣୀ ଗୀତ ମେହେତାଙ୍କ ମୃତ୍ୟୁ ହୋଇଥିବା କାରଣରୁ ଏଥର ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ । ଯେଉଁଥି ପାଇଁ ନବୀନ ନିବାସ ନ ଆସିବା ପାଇଁ ନିଜ ଶୁଭେଚ୍ଛୁମାନଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ରାଜ୍ୟପାଳ ପ୍ରୋଫେସର ଗଣେଶୀ ଲାଲ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି । ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସହ ମହାପ୍ରଭୁଙ୍କ ଆଶୀର୍ବାଦରୁ ମୁଖ୍ୟମନ୍ତ୍ରୀଙ୍କର ଜୀବନ ନିରାମୟ ଓ ସୁଖମୟ ହେଉ ବୋଲି ପ୍ରାର୍ଥନା କରିଛନ୍ତି ରାଜ୍ୟପାଳ ।

 naveen patnaik birthday

ସେପଟେ ବିଜୁ ଜନତା ଦଳ କର୍ମୀ ଓ ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନକୁ ସେବାର ଦିନ ଭାବେ ପାଳନ କରୁଛନ୍ତି । ସାରା ରାଜ୍ୟରେ ବ୍ୟାପକ ହେଉଛି ରକ୍ତଦାନ ଶିବିର । ବିଜେଡି ବିଧାୟକମାନେ ନିଜ ମିର୍ବାଚନ ମଣ୍ତଳୀରେ ଜୀବନ ବିନ୍ଦୁ ରକ୍ତଦାନ ଶିବିରର ଆୟୋଜନ କରିବାର ଯୋଜନା ରଖିଛନ୍ତି ।

୧୯୯୭ରେ ରାଜନୀତିରେ ପାଦଦେଇଥିଲେ ନବୀନ । ସେ ପ୍ରାୟ ଦୁଇ ଦଶନ୍ଧି କାଳ ରାଜ୍ୟକୁ ଶାସନ କରି ଆସୁଛନ୍ତି, ୫ ଥରର ମୁଖ୍ୟମନ୍ତ୍ରୀ କିନ୍ତୁ ଅତି ସରଳ, ଲୋ-ପ୍ରୋଫାଇଲ ସର୍ବସାଧାରଣ ଜୀବନ ଜୀଇଁବାରେ ବିଶ୍ବାସ ରଖନ୍ତି ନବୀନ । ସୁଟ୍‌ବୁଟ୍ ନୁହେଁ କି ଦାମୀ ପୋଷାକ ନୁହେଁ, ସାଦାସିଧା ଧଳା କୁର୍ତ୍ତା ପାଇଜାମା ଓ ହଳେ ଚପଲ ତାଙ୍କ ପରିଧାନ। କିନ୍ତୁ ସେ ବେଶ୍ ମଜବୁତ ଆତ୍ମବିଶ୍ବାସୀ ଓ ବିପୁଳ ଲୋକପ୍ରିୟତା ଠାରୁ ଅଧିକ ବିଶାଳ ପରିବ୍ୟାପ୍ତ ତାଙ୍କ ଜୀବନ। ମତଦାତାଙ୍କ ଲଗାତର ସମର୍ଥନ ଓ ଭୋଟ ବିଜୟ ତାଙ୍କୁ କେବଳ ଅଧିକ ବିନମ୍ର ଓ ସେବାଭିମୁଖୀ କରିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+