ଆସନ୍ତା ୨୭ରେ ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଆସନ୍ତା ମେ ୨୭ତାରିଖରେ ନୀତି ଆୟୋଗ ବୈଠକରେ ଯୋଗ ଦେବାକୁ ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୂର୍ବରୁ କରାଯାଇ ଥିବା ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ ଦାବିକୁ ସେ ଏହି ବୈଠକରେ ମଧ୍ୟ ଦୋହରାଇବେ ।

ଏଥିସହ ସ୍ୱତନ୍ତ୍ର ପ୍ୟାକେଜ, ଡିବିଟି ମାଧ୍ୟମରେ ଟଙ୍କା ମିଳୁଥିବାରୁ ସବୁ ପଞ୍ଚାୟତରେ ବ୍ୟାଙ୍କ ଖୋଲିବା ନେଇ ଦାବି ରଖିବେ ନବୀନ । ଟେଲି କମ୍ୟୁନିକେସନ ସୁବିଧା ନେଇ ମଧ୍ୟ ଦାବି ଉଠାଯିବ । ସହରରେ 5G ସମୟରେ ଗାଁରେ 2G କାମ କରୁନି । ଏହାକୁ ଥ୍ରୀଜି କିମ୍ବା ଫୋର-ଜି କରିବାକୁ ନବୀନ ନୀତି ଆୟୋଗ ବୈଠକରେ ଦାବି ଉଠାଇବେ । ରାଜ୍ୟ ସରକାର ଏ ନେଇ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ।












Click it and Unblock the Notifications