ଆଜି ଦୁବାଇ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଆଜି ଦୁବାଇ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 13 ଦିନିଆ ବିଦେଶ ଗସ୍ତରେ ଯାଇ ଜୁନ୍ 30 ରେ ଫେରିବେ। ସେ ଆଜି ଅପରାହ୍ନ 1.30 ରେ ବିଜୁପଟ୍ଟନାୟକ ବିମାନ ବନ୍ଦରରୁ ନୂଆ ଦିଲ୍ଲୀ ଅଭିମୁଖ୍ୟ ଯାତ୍ରା ଆରମ୍ଭ କରିବେ ।
ଭୁବନେଶ୍ୱର: ଆଜି ଦୁବାଇ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 13 ଦିନିଆ ବିଦେଶ ଗସ୍ତରେ ଯାଇ ଜୁନ୍ 30 ରେ ଫେରିବେ। ସେ ଆଜି ଅପରାହ୍ନ 1.30 ରେ ବିଜୁପଟ୍ଟନାୟକ ବିମାନ ବନ୍ଦରରୁ ନୂଆ ଦିଲ୍ଲୀ ଅଭିମୁଖ୍ୟ ଯାତ୍ରା ଆରମ୍ଭ କରିବେ । ସେଠାରୁ ସେ ରୋମକୁ ଯାତ୍ରା କରିବେ। 29 ଜୁନରେ ସେ ଦୁବାଇରେ ନିବେଶକ ସମ୍ମିଳନୀରେ ଯୋଗ ଦେବେ ।

ଓଡ଼ିଶା ସରକାର ଏବଂ ଫିକି ଦ୍ବାରା ଏହି କାର୍ଯ୍ୟକ୍ରମ ଆୟୋଜନ ହେବ । ଦୁଇ ଘଣ୍ଟା ଧରି ନିବେଶକଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ । ପରେ ରୋମରେ ଅନୁଷ୍ଠିତ ହେବାକୁଥିବା ଓ୍ବାର୍ଲଡ ଫୁଡ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ କାର୍ଯ୍ୟକ୍ରମ ରହିଛି ।
ଭାଟିକାନ୍ ସିଟିରେ ପୋପଙ୍କୁ ସାକ୍ଷାତ କରିବାର ସମ୍ଭାବନା ରହିଛି । ଓ୍ବାର୍ଲଡ ଫୁଡ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ କୃଷି, ଖାଦ୍ୟ ନିରାପତ୍ତା ଏବଂ ବିପର୍ଯ୍ୟୟ ପ୍ରଶମନର ରୂପାନ୍ତରଣ କ୍ଷେତ୍ରରେ ଓଡ଼ିଶାର ଉଦ୍ୟମ,ସାମର୍ଥ୍ୟ ଓ ସଫଳତା ଅନ୍ୟମାନଙ୍କ ପାଇଁ କିଭଳି ଅନୁକରଣୀୟ ହୋଇପାରିଛି, ସେନେଇ ନିଜ ଅନୁଭୂତି ଓ ଉପଲବ୍ଧି କହିବେ ।
ରୋମଠାରେ ଥିବା ପ୍ରବାସୀ ଓଡ଼ିଆ ସଂଘ ସହିତ ମୁଖ୍ୟମନ୍ତ୍ରୀ ଭାବବିନିମୟ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ଦୀର୍ଘ ଏକ ଦଶନ୍ଧି ପରେ ମୁଖ୍ୟମନ୍ତ୍ରୀ ବିଦେଶ ଗସ୍ତରେ ଯିବେ । ଶେଷଥର ପାଇଁ ସେ 2012ରେ ବ୍ରିଟେନ ଗସ୍ତ କରିଥିଲେ ।












Click it and Unblock the Notifications