ଆସନ୍ତାକାଲିଠୁ ୪ ଜିଲ୍ଲାରେ ଆରମ୍ଭ ହେବ ବାୟୁ ସ୍ୱାସ୍ଥ୍ୟସେବା, ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ
ଆସନ୍ତାକାଲିଠୁ ୪ ଜିଲ୍ଲା ପାଇଁ ପ୍ରାଥମିକ ପର୍ଯ୍ୟାୟରେ ଆରମ୍ଭ ହେବ ବାୟୁ ସ୍ୱାସ୍ଥ୍ୟସେବା ବା ଏୟାର ଆମ୍ବୁଲାନ୍ସ ସେବା । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ । ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି ଚାରି ଜିଲ୍ଲା ପାଇଁ ଏହି ଏୟ
ଭୁବନେଶ୍ୱର: ଆସନ୍ତାକାଲିଠୁ ୪ ଜିଲ୍ଲା ପାଇଁ ପ୍ରାଥମିକ ପର୍ଯ୍ୟାୟରେ ଆରମ୍ଭ ହେବ ବାୟୁ ସ୍ୱାସ୍ଥ୍ୟସେବା ବା ଏୟାର ଆମ୍ବୁଲାନ୍ସ ସେବା । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ । ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି ଚାରି ଜିଲ୍ଲା ପାଇଁ ଏହି ଏୟାର ଆମ୍ବୁଲାନ୍ସ ସେବା ଭୁବନେଶ୍ୱରରୁ ଆରମ୍ଭ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏହି ସେବାର ଶୁଭାରମ୍ଭ କରିବେ ।

ତେବେ ଏୟାର ଆମ୍ବୁଲାନ୍ସ ସେବା ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆଉ ଏକ ଇତିହାସ ଲେଖିବ । ସାରା ରାଜ୍ୟରେ ସ୍ମାର୍ଟ ହେଲ୍ଥ କାର୍ଡ ସେବା ଦ୍ବାରା ମାଗଣା ଚିକିତ୍ସା ମିଳୁଥିବା ବେଳେ ଏୟାର ଆମ୍ବୁଲାନ୍ସ ସେବା ନବୀନ ସରକାରଙ୍କ ଆଉ ଏକ ଯୁଗାନ୍ତକାରୀ ପଦକ୍ଷପ ହେବାକୁ ଯାଉଛି ।
ଭୌଗଳିକ ଭାବେ ଉପାନ୍ତ ଅଞ୍ଚଳରେ ଯୋଗାଯୋଗ ସୁବିଧାକୁ ମାତ୍ ଦେଇ ସ୍ବାସ୍ଥ୍ୟ ସେବା ପହଞ୍ଚିବ ଲୋକଙ୍କ ପାଖରେ । ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା ଦ୍ୱାରା ଉପାନ୍ତ ଅଞ୍ଚଳର ଲୋକେ ସହଜରେ ଚିକିତ୍ସା ସେବା ପାଇ ପାରିବେ । ସମୟ ବଞ୍ଚିବା ସହ ଯାତାୟାତ ଯନ୍ତ୍ରଣାରୁ ରୋଗୀଙ୍କୁ ମିଳିବ ମୁକ୍ତି । ତେବେ ପରବର୍ତ୍ତୀ ସମୟରେ ଅନ୍ୟ ଜିଲ୍ଲାରେ ମଧ୍ୟ ଏହି ସୁବିଧା ଉପଲବ୍ଧ ହେବ ।












Click it and Unblock the Notifications