ଶ୍ରଦ୍ଧା କିଏ ବୋଲି ମୁହଁ ଖୋଲିଲେ ମୁଖ୍ୟମନ୍ତ୍ରୀ: ବିଧାନସଭାରେ ରଖିଲେ ବିବୃତ୍ତି

ଶ୍ରଦ୍ଧା କିଏ ବୋଲି ମୁହଁ ଖୋଲିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଧାନସଭାରେ ବିବୃତି ରଖି ସ୍ପଷ୍ଟ କଲେ ମୁଖ୍ୟମନ୍ତ୍ରୀ । ଶ୍ରଦ୍ଧା ମୋ ଫିଜିଓ ଥେରାପିଷ୍ଟ ବୋଲି କହିଲେ ନବୀନ ।ମୋ ଭଉଣୀ ଗୀତା ମେହେଟ୍ଟା ତାଙ୍କୁ ପଠାଇଥିଲେ ବୋଲି କହିଲେ ନବୀନ । ମୋ ଫିଜିକାଲ ଫିଟ୍‌ନେସ୍‌ ପାଇଁ ମୋ ଭଉଣୀ ପଠାଇଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

naveen_patnaik

ମୋ ଚିକିତ୍ସା ପାଇଁ ମୋ ଭଉଣୀ ଶ୍ରଦ୍ଧାକୁ ପଠାଇଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବିରୋଧୀ ଅପପ୍ରଚାର କରୁଛନ୍ତି । ଅଯଥା ପ୍ରସଙ୍ଗରେ ଗୃହର ମୂଲ୍ୟବାନ ସମୟ ନଷ୍ଟ କରା ନ ଯାଉ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଶ୍ରଦ୍ଧାକୁ କୌଣସି ସରକାରୀ ବାସଭବନ ଦିଆଯାଇ ନାହିଁ ।

ଏଥିସହ ଆଜି ବିଧାନସଭାର ମୌସୁମୀ ଅଧିବେଶନ ସରିଛି। ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍ ସହ ୧୩ ବିଲ୍ ପାରିତ ହୋଇଛି ।

ବିଜେପି ପ୍ରଥମେ ଏହି ପ୍ରସଙ୍ଗ ଉଠାଇଥିଲା । ରୋମର ଭାଟିକାନ ସିଟି ଗସ୍ତରେ ଖ୍ରୀଷ୍ଟିୟାନ ସମୁଦାୟର ଧର୍ମଗୁରୁ ପୋପ୍ ଫ୍ରାନସିସ୍‌ଙ୍କୁ ଭେଟିବା ବେଳେ ନବୀନଙ୍କ ସହ ଶ୍ରଦ୍ଧା ନାମକ ଯୁବତୀ ନଜର ଆସିଥିଲେ । ଶ୍ରଦ୍ଧା କିଏ ? ତାଙ୍କୁ କିଏ ରୋମରେ ଗସ୍ତରେ ନେଇ କି ଯାଇଥିଲେ ? ତାଙ୍କୁ ଟିକେଟ୍ କିଏ ଦେଇଥିଲା ? ଏହା ଉପରେ ସ୍ପଷ୍ଟୀକରଣ ରଖନ୍ତୁ ବୋଲି ବିଜେପି ସରକାରଙ୍କୁ କହିଥିଲା ।

ଆଜି ବି ଠିକ୍ ଭାବରେ ଚାଲି ପାରିଲାନି ବିଧାନସଭା । ଗହକୁ ଜାଣିଶୁଣି ଅଚଳ କରୁଛି ମୁଖ୍ୟ ବିରୋଧୀ ବିଜେପି । ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିଜେପି ସଦସ୍ୟମାନେ ବାଚସ୍ପତିଙ୍କ ପୋଡିୟମ ଆଗରେ ହଟ୍ଟଗୋଳ କରିଥିଲେ ।

ରାଜ୍ୟରେ ବେକାରୀ ସଂଖ୍ୟା ବଢୁଥିବା ନେଇ ଗୃହରେ ମନ୍ତ୍ରୀଙ୍କ ସୂଚନା । ବିଧାୟକ ଧ୍ରୁବ ସାହୁଙ୍କ ପ୍ରଶ୍ନରେ ମନ୍ତ୍ରୀ ପ୍ରୀତିରଂଜନ ଘଡ଼େଇ ଉତ୍ତର ରଖିଛନ୍ତି । ୨୦୧୯-୨୩ରେ ୧୧ଲକ୍ଷ ୬ହଜାର ୫୩୬ଚାକିରି ଆଶାୟୀ ଥିବା ବେଳେ ୨୦୧୯ରେ ୧୦୫୩ ଜଣଙ୍କୁ ନିଯୁକ୍ତି ମିଳିଛି ।

ରାଜ୍ୟରେ ୨୦୧୫-୧୬ ଠାରୁ ୨୦୨୩-୨୪ ମଧ୍ୟରେ ୬୯୮ଟି ହାତୀ, ୪୮ଟି କଲରାପତରିଆ ବାଘ ଓ ୭ଟି ମହାବଳ ବାଘର ମୃତ୍ୟୁ ହୋଇଛି । ବିଭିନ୍ନ କାରଣରୁ ସେମାନେ ମୃତ୍ୟୁମୁଖରେ ପଡ଼ୁଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+