ବିଦେଶରେ ନିଜ ମାଟିରେ ଲୋକଙ୍କୁ ଭେଟିଲେ ନବୀନ, ଜଗନ୍ନାଥ ମନ୍ଦିର ନିର୍ମାଣ ନେଇ ଦେଲେ ପ୍ରତିଶୃତି
ରୋମ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରବାସୀ ଓଡିଆଙ୍କୁ ଭେଟିଛନ୍ତି । ପ୍ରବାସୀ ଓଡ଼ିଆଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଭୁବନେଶ୍ୱର: ବିଦେଶରେ ନିଜ ମାଟିର ଲୋକଙ୍କୁ ଭେଟିବାର ମୂହୁର୍ତ୍ତ ବେଶ ସ୍ଵତନ୍ତ୍ର। ୟୁରୋପର ବିଭିନ୍ନ ଦେଶରେ ଥିବା ଓଡ଼ିଆଙ୍କ ସହ ରୋମରେ ମିଶିଲି। ଓଡ଼ିଶାରେ ଜାରି ରହିଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟ ନେଇ ସେମାନେ ଅବଗତ ଥିବା ଏବଂ ଗର୍ବ ଅନୁଭବ କରୁଥିବା ଜାଣି ଖୁସି ହେଲି । ବିଦେଶ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏମିତି କିଛି ଢଙ୍ଗରେ ଟ୍ବିଟ କରି ନିଜ ରୋମ ଗସ୍ତର ଅନୁଭୂତି ବାଣ୍ଟିଛନ୍ତି ।

ଉଲ୍ଲେଖଥାଉ କି, ରୋମ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରବାସୀ ଓଡିଆଙ୍କୁ ଭେଟିଛନ୍ତି । ପ୍ରବାସୀ ଓଡ଼ିଆଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଗତ ୨୦ ବର୍ଷ ଭିତରେ ରାଜ୍ୟରେ ହୋଇଥିବା ଅଦ୍ଭୁତପୂର୍ବ ବିକାଶ କଥା କହିଛନ୍ତି 5T ସଚିବ ଭିକେ ପାଣ୍ଡିଆନ ।
ସାକ୍ଷାତ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ରୋମରେ ରହୁଥିବା ପ୍ରବାସୀ ଓଡିଆ । ଅନ୍ୟପଟେ ବ୍ରିଟେନରେ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ନବୀନ ସହଯୋଗ କରିବେ ବୋଲି ପ୍ରବାସୀ ଓଡିଆଙ୍କୁ ପ୍ରତିଶୃତି ଦେଇଛନ୍ତି । ମନ୍ଦିର ନିର୍ମାଣ ପାଇଁ ଆବଶ୍ୟକ ପ୍ରକ୍ରିୟା ଚାଲିଛି । ନିର୍ମାଣ ପାଇଁ ଯାହା ବି ସହାୟତା ଦରକାର ତାହା ଯୋଗାଇବାକୁ ଓଡ଼ିଶା ସରକାର ପ୍ରସ୍ତୁତ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।
ବିଦେଶରେ ନିଜ ମାଟିର ଲୋକଙ୍କୁ ଭେଟିବାର ମୂହୁର୍ତ୍ତ ବେଶ ସ୍ଵତନ୍ତ୍ର। ୟୁରୋପର ବିଭିନ୍ନ ଦେଶରେ ଥିବା ଓଡ଼ିଆଙ୍କ ସହ ରୋମରେ ମିଶିଲି। ଓଡ଼ିଶାରେ ଜାରି ରହିଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟ ନେଇ ସେମାନେ ଅବଗତ ଥିବା ଏବଂ ଗର୍ବ ଅନୁଭବ କରୁଥିବା ଜାଣି ଖୁସି ହେଲି। pic.twitter.com/LWvu2BRyXV
— Naveen Patnaik (@Naveen_Odisha) June 24, 2022
ରୋମା ହାସଲର୍ ପଞ୍ଚତାରକା ହୋଟେଲରେ ୟୁରୋପର ୧୨ଟି ଦେଶର ପ୍ରାୟ ୫୦ ପ୍ରବାସୀ ଓଡ଼ିଆଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ । ଖାଦ୍ୟ ନିରାପତ୍ତା, ସ୍ୱାସ୍ଥ୍ୟ, ଶିକ୍ଷା, ଭିତ୍ତିଭୂମି, ବିପର୍ଯ୍ୟୟ ପରିଚାଳନା ଓ ନାରୀ ସଶକ୍ତିକରଣ କ୍ଷେତ୍ରରେ ରାଜ୍ୟ ସରକାର ଅନେକ ମାଇଲଖୁଣ୍ଟ ଛିଡା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଉତ୍ସର୍ଗୀକୃତ ଭାବନା ଯୋଗୁ ରାଜ୍ୟର ଏଭଳି ବିକାଶ ହୋଇଛି ବୋଲି ପ୍ରବାସୀ ଓଡିଆମାନେ ମତ ଦେଇଥିଲେ । ଓଡ଼ିଶାକୁ ନେଇ ଏଭଳି ମନୋଭାବ ଥିବାରୁ ମୁଖ୍ୟମନ୍ତ୍ରୀ ଉପସ୍ଥିତ ସମସ୍ତ ପ୍ରବାସୀ ଓଡ଼ିଆଙ୍କୁ ଧନ୍ୟବାଦ ଜଣାଇଥିଲେ । ୟୁରୋପର ୧୨ଟି ଦେଶର ପ୍ରବାସୀ ଓଡ଼ିଆ ଏହି ବୈଠକରେ ସାମିଲ ହୋଇଛନ୍ତି । ସାମିଲ ଓଡ଼ିଆମାନଙ୍କ ମଧ୍ୟରେ ବ୍ୟବସାୟୀ, ଗବେଷକ, ମିଶନାରୀ, ବିଭିନ୍ନ କ୍ଷେତ୍ରର ଛାତ୍ର ଯଥା ମେଡ଼ିକାଲ, ଇଂଜିନିୟରିଂ, ଆଇଟି, ବୁଦ୍ଧିଜୀବୀ ପ୍ରମୁଖ ଥିଲେ ।












Click it and Unblock the Notifications