ଆଦିବାସୀ ମେଳା ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ; ଆଜିଠୁ ଫେବ୍ରୁଆରୀ ୫ ଯାଏଁ ଚାଲିବ ମେଳା
ରାଜଧାନୀରେ ଆଦିବାସୀ ମେଳା ଉଦଘାଟିତ । ଭିଡିଓ କନ୍ଫରେନ୍ସିଂରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ । ୟୁନିଟ- ୧ ଆଦିବାସୀ ପଡ଼ିଆରେ ୧୧ ଦିନ ଆଦିବାସୀ ମେଳା ଚାଲିବ । ମୋଟ୍ ୧୦୯ଟି ଷ୍ଟଲ ପଡ଼ିଛି, ଫେବ୍ରୁଆରୀ ୫ ଯାଏଁ ଚାଲିବ ମେଳା ।
ସ୍ମାର୍ଟସିଟି ଭୁବନେଶ୍ବରରୁ ମିଳିବ ଗାଁ ମାଟିର ବାସ୍ନା । ପାରମ୍ପରିକ ଆଦିବାସୀ ହାଟ, ଆଦିବାସୀ କଳା ଓ ହସ୍ତଶିଳ୍ପର ଷ୍ଟଲଗୁଡ଼ିକ ବୁଲିବା ସହ ରାଜଧାନୀବାସୀ ମାଟି ପଲମରୁ ଚକୁଳି, କାଠ ଚୁଲି ତିଆରି ମଣ୍ଡା ଆରିସା ଖାଇବା ସହ ବିିଭିନ୍ନ ସାମଗ୍ରୀ କିଣିପାରିବେ ।
ଏହି ମେଳାରେ ପାରମ୍ପରିକ ଆଦିବାସୀ ହାଟ, ଆଦିବାସୀ କଳା ଓ ହସ୍ତଶିଳ୍ପର ଷ୍ଟଲ ରହିବ । ଏଥର ମେଳାରେ ଲାଞ୍ଜିଆ ସୌରା, ବଣ୍ଡା, ଚକୁଟିଆ ଭୁଞ୍ଜିଆ, ଜୁଆଙ୍ଗ, ମୁଣ୍ଡା, ଗଡ଼ବ, ଡଙ୍ଗରିଆ କନ୍ଧ, କୁଟିଆ କନ୍ଧ, ସାନ୍ତାଳୀ, ପାଉଡ଼ି ଭୂୟାଁ, ଖରିଆ ଓ ମାଙ୍କିଡ଼ିଆ ଆଦି ଜନଜାତି ସମ୍ପ୍ରଦାୟର ସଦସ୍ୟମାନେ ଯୋଗଦେବେ ।

ଅପରାହ୍ଣ ୨ଟାରୁ ରାତି ୯ଟା ପର୍ଯ୍ୟନ୍ତ ଏହି ମେଳା ସର୍ବସାଧାରଣଙ୍କ ପାଇଁ ଚାଲିବ । ଏହି ମେଳାରେ ରାଜଧାନୀ ବାସିନ୍ଦା ପୁରପଲ୍ଲୀର ମହକକୁ ଅଙ୍ଗେ ନିଭେଇ ପାରିବେ । ପାରମ୍ପରିକ ଆଦିବାସୀ ହାଟ, ଆଦିବାସୀ କଳା, ହସ୍ତଶିଳ୍ପର ଷ୍ଟଲରେ ଚକୁଳି, କାଠ ଚୁଲି ତିଆରି ମଣ୍ଡା, ଆରିଶା ପିଠା ଦର୍ଶକଙ୍କୁ ଆକର୍ଷିତ କରିବ । ମାଣ୍ଡିଆରେ ପ୍ରସ୍ତୁତ ବିଭିନ୍ନ ବ୍ୟଞ୍ଜନ ମେଳାରେ ଆକର୍ଷଣର କେନ୍ଦ୍ର ପାଲଟିବ।
୧୧ ଦିନ ଧରି ଏହି ମେଳାରେ ପାରମ୍ପରିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ ୩୯ଟି ସାଂସ୍କୃତିକ ଗୋଷ୍ଠୀ ଆଦିବାସୀ ନୃତ୍ୟ ପରିବେଷଣ କରିବେ । ଏଥିସହିତ ବିଭାଗ ଦ୍ୱାରା ନାଟକ ମଧ୍ୟ ମଞ୍ଚସ୍ଥ ହେବ ।












Click it and Unblock the Notifications