କେନ୍ଦୁପତ୍ର କର୍ମଚାରୀଙ୍କୁ ମିଳିଲା ସହାୟତା: ତୋଳାଳୀ ପାଇଲେ 1000 ଟଙ୍କା ବନ୍ଧାଳୀଙ୍କୁ 1500 ଟଙ୍କା ଲେଖାଏଁ ସହାୟତା
ଘୋଷଣା ଅନୁଯାୟୀ ଆଜି ସହାୟତା ପାଇଛନ୍ତି କେନ୍ଦୁପତ୍ର ତୋଳାଳୀ, ବନ୍ଧାଳୀ ଓ ସିଜିନାଲ କର୍ମଚାରୀ । ମଧ୍ୟବର୍ତ୍ତୀ କାଳୀନ ସହୟତା ଭାବରେ ତୋଳାଳୀ 1000 ଟଙ୍କା ପାଇଥିବାବେଳେ ବନ୍ଧାଳୀ ଓ ସିଜିନାଲ କର୍ମଚାରୀଙ୍କୁ ମିଳିଛି 1500 ଟଙ୍କା ।
ଭୁବନେଶ୍ବର: ଘୋଷଣା ଅନୁଯାୟୀ ଆଜି ସହାୟତା ପାଇଛନ୍ତି କେନ୍ଦୁପତ୍ର ତୋଳାଳୀ, ବନ୍ଧାଳୀ ଓ ସିଜିନାଲ କର୍ମଚାରୀ । ମଧ୍ୟବର୍ତ୍ତୀ କାଳୀନ ସହୟତା ଭାବରେ ତୋଳାଳୀ 1000 ଟଙ୍କା ପାଇଥିବାବେଳେ ବନ୍ଧାଳୀ ଓ ସିଜିନାଲ କର୍ମଚାରୀଙ୍କୁ ମିଳିଛି 1500 ଟଙ୍କା । ଆଜି ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସହାୟତା ବଣ୍ଟନ କରିଛନ୍ତି । ହିତାଧିକାରୀଙ୍କ ଖାତାକୁ ଗଲା 43 କୋଟି ଟଙ୍କା । DBT ଜରିଆରେ ଏହି ସହାୟତା ହିତାଧିକାରୀଙ୍କ ବ୍ଯାଙ୍କ ଖାତାରେ ଜମା ହୋଇଥିଲା ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗରିବ ଲୋକର ଖୁସି ହିଁ ତାଙ୍କର ସବୁଠାରୁ ବଡ ଖୁସି । ଗରିବ ଲୋକଙ୍କ ସହ ସେ ସବୁବେଳେ ରହିଛନ୍ତି ଓ ସେମାନଙ୍କ କଲ୍ଯାଣ ପାଇଁ ତାଙ୍କର ଉଦ୍ୟମ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।
ଉପନିର୍ବାଚନ ଆଚରଣବିଧି ଉଠିବା ପରେ ବରଗଡ ଜିଲ୍ଲାର ତୋଳାଳୀ ଓ ଅନ୍ଯ କେନ୍ଦୁପତ୍ର କର୍ମଚାରୀମାନଙ୍କୁ ଏ ସବୁ ସହାୟତା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ । କେନ୍ଦୁପତ୍ର ହେଉଛି ଗରିବ ଲୋକର ଦାନା ପାଣିର କଥା । ତେଣୁ ତା ଉପରେ 18% GSTକୁ ନାପସନ୍ଦ କରି ଏହାର ସମ୍ପୂର୍ଣ୍ଣ ଉଛେଦ ପାଇଁ ମୁଖ୍ୟମନ୍ତ୍ରୀ ଏହି ଅବସରରେ କେନ୍ଦ୍ର ନିକଟରେ ଦାବୀ କରିଥିଲେ ।
ଆଜି ନୂଆପଡ଼ା କଳାହାଣ୍ଡି କୋରାପୁଟ ନବରଙ୍ଗପୁର ଅନୁଗୁଳ ସମ୍ବଲପୁର ଝାରସୁଗୁଡା କନ୍ଧମାଳ, ବୌଦ୍ଧ, କେଉଁଝର ଦେବଗଡ଼, ବଲାଙ୍ଗୀର ଆଦି ବାର ଜିଲ୍ଲାର ସତର ଡିଭିଜନର ହିତାଧିକାରୀମାନଙ୍କୁ ଆଜି ସହାୟତା ବଣ୍ଟନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଜଙ୍ଗଲ ଓ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ପ୍ରଦୀପ ଅମାତ କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀଙ୍କ କଲ୍ଯାଣ ପାଇଁ ସରକାରଙ୍କ ପଦକ୍ଷେପ ଉପରେ ଆଲୋକପାତ ସୂଚନା କରିଥିଲେ।
ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ମୋନା ଶର୍ମା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ଜଙ୍ଗଲ ପରିବେଶ ବିଭାଗର ବରିଷ୍ଠ ଅଧିକାରୀମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବଲାଙ୍ଗୀର ହିତାଧିକାରୀ
ଶାନ୍ତନୁ କୁମାର ଭୋଇ, ଝାରସୁଗୁଡ଼ାର ପୁଷ୍ପ ଲତା ଭଇଁଶା ଓ ନୂଆପଡ଼ାର ଇଶ୍ଵର ଶବରଙ୍କ ସହ ସହାୟତା ବିଷୟରେ ଆଲୋଚନା କରି ଏହି ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ସୂଚନାଯୋଗ୍ୟ ଯେ, ଗତ 23 ତାରିଖ ଦିନ ମୁଖ୍ୟମନ୍ତ୍ରୀ ଏ ସହାୟତା ବିଷୟ ଘୋଷଣା କରିଥିଲେ ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications