ରାଜଧାନୀରେ ପୁଣି ଥରେ ମୁଖ୍ୟମନ୍ତ୍ରୀ କରିଲେ ବିଶାଳ ରୋଡ ସୋ'

ଭୁବନେଶ୍ୱର: ରାଜ୍ୟରେ ଆଉ ଦୁଇଟି ପର୍ଯ୍ୟାୟ ମତଦାନ ବାକି ରହିଛି । ଚତୁର୍ଥ ପର୍ଯ୍ୟାୟ ମତଦାନ ୨୫ ତାରିଖ ଶନିବାର ଅନୁଷ୍ଠିତ ହେବ । ଏହାରି ଭିତରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣିଥରେ ରାଜଧାନୀରେ ରୋଡ ସୋ' କରିଛନ୍ତି । ଆଉ ତାଙ୍କର ଏହି ରୋଡ୍ ଶୋ ଦେଖିବାକୁ ରାଜଧାନୀ ରାଜରାସ୍ତା ପାଲଟିଛି ଜନସମୁଦ୍ର । ରୋଡ୍ ଶୋ ଆରମ୍ଭରେ ମୁଖ୍ୟମନ୍ତ୍ରୀ ଜନତାଙ୍କୁ ସମ୍ବୋଧନ କରିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି' ଆସନ୍ତା ଜୁଲାଇରୁ ବିଜୁଳି ବିଲ୍ ଛାଡ଼ି ହେବ ସମସ୍ତଙ୍କୁ ବିଏସକେୱାଇ ମିଳିବ ।" ବିଭିନ୍ନ ଯୋଜନା ଭଲ କି ନାହିଁ ପଚାରିବା ସହ ଦଳୀୟ ସାଂସଦ ଏବଂ ବିଧାୟକଙ୍କ ପ୍ରାର୍ଥୀଙ୍କୁ ଭୋଟ ଦେଇ ବିଜୟୀ କରିବାକୁ ଅପିଲ୍ କରିଛନ୍ତି । ଆଜି ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ଶୋ' ରେଣ୍ଟାଲ ଓମଫେଡ ଛକରୁ ପେଟ୍ରୋଲ ପମ୍ପ ଛକଠାରୁ ଆରମ୍ଭ ହୋଇଛି ।

naveen pattnaik

ଏହା ସାଲିଆ ସାହି, ମେ'ଫେୟାର, ଜାଭିୟର ଛକ, ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ, ପଟିଆ ଛକ ପର୍ଯ୍ୟନ୍ତ ଯାଇଛି । ଏହି ରୋଡ୍ ଶୋ ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବା ସହିତ ଟ୍ରାଫିକ ନିୟମରେ ପରିବର୍ତ୍ତନ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+