Get Updates
Get notified of breaking news, exclusive insights, and must-see stories!

ସ୍କୁଲ ପିଲାଙ୍କ ସହ ଗଣତନ୍ତ୍ର ଦିବସ ପାଳନ କଲେ ମୁଖ୍ୟମନ୍ତ୍ରୀ

କୁଲ ପିଲାଙ୍କ ସହ ଗଣତନ୍ତ୍ର ଦିବସ ପାଳନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ପିଲାମାନଙ୍କ ସହ କଥାବାର୍ତ୍ତା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ୱର: ସ୍କୁଲ ପିଲାଙ୍କ ସହ ଗଣତନ୍ତ୍ର ଦିବସ ପାଳନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ପିଲାମାନଙ୍କ ସହ କଥାବାର୍ତ୍ତା କରିଛନ୍ତି ମୁଖ୍ୟମନ୍ତ୍ରୀ । 74 ତମ ସାଧାରଣତନ୍ତ୍ର ଦିବସ ଅବସରରେ ପିଲଙ୍କୁ ବିସ୍କୁଟ ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ପର୍ଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

CM Naveen Patnaik

ଭବିଷ୍ୟତର ନାଗରିକ ଭାବେ ପିଲାମାନେ ଆସନ୍ତାକାଲିର ମଶାଲଧାରୀ ଅଟନ୍ତି । ସେମାନେ ଆମ ସମୃଦ୍ଧ ଇତିହାସ ଏବଂ ଆମ ସମ୍ବିଧାନରେ ଦର୍ଶାଯାଇଥିବା ମୂଲ୍ୟବୋଧକୁ ଜାଣିବା ଉଚ୍ ବୋଲି ଟ୍ବିଟ୍ କରି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହାପୂର୍ବରୁ ଆଜି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଛନ୍ତି, "ଏହି ଶୁଭ ଦିନରେ, ଆସନ୍ତୁ ଦେଶ ପାଇଁ ସ୍ୱାଧୀନତା ସଂଗ୍ରାମୀଙ୍କ ନିଃସ୍ୱାର୍ଥପର ବଳିଦାନକୁ ମନେ ପକାଇବା ଏବଂ ସମ୍ବିଧାନରେ ଦର୍ଶାଯାଇଥିବା ଆଦର୍ଶକୁ ପାଳନ କରିବାକୁ ପ୍ରତିଜ୍ଞା କରିବା। "

ଉଲ୍ଲେଖଥାଉ କି, ଆଜି ଭୁବନେଶ୍ୱର ସ୍ଥିତ ମହାତ୍ମାଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏଥିରେ ପତାକା ଉତ୍ତୋଳନ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ରାଜ୍ୟ ପୋଲିସ ବ୍ୟାଣ୍ତ ଦ୍ୱାରା ଜାତୀୟ ସଙ୍ଗୀତ ବାଦନ ପରେ ସୀମା ସୁରକ୍ଷା ବାହିନୀ, କେନ୍ଦ୍ରୀୟ ରିଜର୍ଭ ପୋଲିସ, ଏସଏସ୍ ବାଟାଲିୟନ୍, ଏସ୍.ଓ.ଜି, ଅଗ୍ନିଶମ ବାହିନୀ, ଓଡ଼ିଶା ବିପର୍ଯ୍ୟୟ ତ୍ୱରିତ କାର୍ଯ୍ୟବାହି ଦଳ ପରେଡରେ ଅଂଶଗ୍ରହଣ କରିଥିଲେ । ସେହିପରି ଓଡ଼ିଶା ସରକାରଙ୍କର ୮ଟି ମେଢ୍, ସ୍ସେଟିଂ ଏକାଡେମୀ ପକ୍ଷରୁ ସ୍କେଟିଂ ଖେଳର କୌଶଳ ପ୍ରଦର୍ଶିତ ହୋଇଛି । ଏଥର ପରେଡର ନେତୃତ୍ୱ ନେଇଛନ୍ତି କେସିଙ୍ଗା ଏସଡିପିଓ ୟସ୍ ପ୍ରତାପ ଶ୍ରୀମାଲ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+