ଓଡ଼ିଶା ଖାଦ୍ୟ ସୁରକ୍ଷାର ସଫଳ କାହାଣୀକୁ ବିଶ୍ୱ ଦରବାରରେ ପରିଚିତ କରାଇଲେ ନବୀନ
ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ (ଡବ୍ଲୁଏଚପି) ମୁଖ୍ୟାଳୟରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୀବିକା ନିର୍ବାହ ତଥା ଖାଦ୍ୟ ନିରାପତ୍ତା ଉପରେ ରାଜ୍ୟର ପରିବର୍ତ୍ତନଶୀଳ ଅଗ୍ରଗତି ବାଣ୍ଟିଛନ୍ତି ।
ରୋମ / ଭୁବନେଶ୍ୱର: ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ (ଡବ୍ଲୁଏଚପି) ମୁଖ୍ୟାଳୟରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୀବିକା ନିର୍ବାହ ତଥା ଖାଦ୍ୟ ନିରାପତ୍ତା ଉପରେ ରାଜ୍ୟର ପରିବର୍ତ୍ତନଶୀଳ ଅଗ୍ରଗତି ବାଣ୍ଟିଛନ୍ତି । ଖାଦ୍ୟ ପାଇଁ ଦିନେ ଅନ୍ୟ ଉପରେ ନିର୍ଭର କରୁଥିବା ଓଡ଼ିଶା, ଏବେ କିଭଳି ଖାଦ୍ୟ ବଳକା ରାଜ୍ୟ ହୋଇପାରିଛି ସେ ବିଷୟରେ ଅବଗତ କରାଇଛନ୍ତି ନବୀନ । ଏଥିସହ କେହି ଯେମିତି ଭୋକିଲା ରହିବେ ନାହିଁ ସେନେଇ ଆଲୋଚନା କରିଛନ୍ତି ନବୀନ ।

ନବୀନ କହିଛନ୍ତି, ବିଗତ ୨ ଦଶନ୍ଧି ମଧ୍ୟରେ ଖାଦ୍ୟ ଉତ୍ପାଦନ କ୍ଷେତ୍ରରେ ରାଜ୍ୟରେ ବିଶେଷ ପରିବର୍ତ୍ତନ ଆସିଛି । ଖାଦ୍ୟ ସୁରକ୍ଷା, ଜୀବନଜୀବିକା, ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଆଗୁଆ ରହିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । WFPର କାର୍ଯ୍ୟକାରୀ ନିର୍ଦ୍ଦେଶକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସ୍ୱାଗତ କରିଥିଲେ । ବିପର୍ଯ୍ୟୟ ପରିଚାଳନା, ଖାଦ୍ୟ ଉତ୍ପାଦନ ଏବଂ ଖାଦ୍ୟ ସୁରକ୍ଷା ଦିଗରେ ଓଡ଼ିଶା ସରକାରଙ୍କ କାର୍ଯ୍ୟକୁ ପ୍ରଂଶସା କରିଥିଲେ ।
ଗତ ଦୁଇ ଦଶନ୍ଧି ମଧ୍ୟରେ ଖାଦ୍ୟ ଉତ୍ପାଦନ, ଖାଦ୍ୟ ନିରାପତ୍ତା, ଜୀବିକା ନିର୍ବାହ, ବିପର୍ଯ୍ୟୟ ପରିଚାଳନା ଇତ୍ୟାଦି କ୍ଷେତ୍ରରେ ଓଡିଶା ଏକ ପରିବର୍ତ୍ତନଶୀଳ ଯାତ୍ରା ଦେଇ ଗତି କରିଛି। ଖାଦ୍ୟ ପର୍ଯ୍ୟାପ୍ତତା ହାସଲ କରିବା, ଜଳବାୟୁ ସ୍ଥିର ଜୀବିକା ଏବଂ ପୁଷ୍ଟିକର ଖାଦ୍ୟ ସୃଷ୍ଟି ପାଇଁ ପରିକଳ୍ପିତ ବୃହତ-ବଡ଼ ବିକାଶମୂଳକ କାର୍ଯ୍ୟକ୍ରମ ଆରମ୍ଭ କରିବା ସହ ସହଭାଗୀତା ଉପରେ ଧ୍ୟାନ ଦେଇ ରାଜ୍ୟ ନିରନ୍ତର ବିକାଶ ଲକ୍ଷ୍ୟ ତଥା ଅନ୍ତର୍ଭୂକ୍ତ ବିକାଶ ଦିଗରେ କ୍ରମାଗତ ଭାବରେ ଗତି କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, WFP ଏବଂ ଏହାର ସହଭାଗୀ ଏଜେନ୍ସି ମାଧ୍ୟମରେ ବିଶ୍ୱରେ ଆମର ଅଭିଜ୍ଞତା ବାଣ୍ଟିବା ଆମ ପାଇଁ ଖୁସିର ବିଷୟ ।
"ଓଡ଼ିଶାରେ ଜୀବିକା ନିର୍ବାହ ଏବଂ ଖାଦ୍ୟ ନିରାପତ୍ତାକୁ ଦୃଢ କରିବା ପାଇଁ ଆମର ମିଳିତ ଲକ୍ଷ୍ୟ । ବିଶେଷକରି ମହିଳାମାନଙ୍କ ପାଇଁ ଅନ୍ତର୍ଭୂକ୍ତ ବିକାଶ ତଥା ନୂତନ ଅର୍ଥନୈତିକ ସୁଯୋଗକୁ ସମର୍ଥନ କରିବା ପାଇଁ ବହୁ ଉଚ୍ଚକୋଟୀର ପ୍ରକଳ୍ପ ନିର୍ମାଣ କରାଯାଇଛି । ଜିରୋ କ୍ଷୁଧା ଏବଂ ଅନ୍ୟାନ୍ୟ ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ କରିବାରେ ଆମର ସହଯୋଗ କିପରି ଓଡିଶାର ଅଗ୍ରଗତି କରିବାରେ ସାହାଯ୍ୟ କରୁଛି ତାହା ଦେଖିବା ଉତ୍ସାହଜନକ ବୋଲି ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରି କହିଛନ୍ତି।
ଆୟୋଜିତ କାର୍ଯ୍ୟକ୍ରମରେ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ 5T ଭିକେ ପାଣ୍ଡିଆନ୍, ପ୍ରମୁଖ ଶାସନ ସତିବ ଖାଦ୍ୟ ଓ ଯୋଗାଣ ଭିଭି ଯାଦବ ଉପସ୍ଥିତ ଥିଲେ । ଓଡ଼ିଶା ସରକାର ଓ WFP ମଧ୍ୟରେ ୨୦୨୧ରେ ୬ଟି ଚୁକ୍ତିନାମା ହୋଇଥିଲା । ଯେଉଁଥିରେ ସାଧାରଣ ବଣ୍ଟନ ବ୍ୟବସ୍ଥା ଓ ଧାନ ସଂଗ୍ରହ ବ୍ୟବସ୍ଥା ସାମିଲ୍ ।












Click it and Unblock the Notifications