୭୪ ତମ ରାଜ୍ୟସ୍ତରୀୟ ବନମହୋତ୍ସବ ପାଳିତ, ଭିସିରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ସ୍ଥାନୀୟ ଘାଟିକିଆ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ପାଳିତ ହୋଇଯାଇଛି ୭୪ତମ ରାଜ୍ୟସ୍ତରୀୟ ବନମହୋତ୍ସବ । ଏଥିରେ ଜଙ୍ଗଲ, ପରିବେଶ ମନ୍ତ୍ରୀ ପ୍ରଦିପ କୁମାର ଅମାତ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ।

ସେହିପରି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ରାଜ୍ୟସଭା ସାଂସଦ ସୁଲତା ଦେଓ, ବିଧାୟକ ସୁଶାନ୍ତ ରାଉତ, ବିଧାୟକ ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କଅଁର ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ଜନସାଧାରଣଙ୍କୁ ବ୍ୟାପକ ବନୀକରଣ ପାଇଁ ସଚେତନ କରା ଯାଇଥିଲା । ଏହା ବ୍ୟତୀତ ଅନ୍ୟାନ୍ୟ ମାନ୍ୟଗଣ୍ୟ ବିଶିଷ୍ଟ ବ୍ୟକ୍ତି, ଯଥା ଜଙ୍ଗଲ ବିଭାଗର ଅଧିକାରୀ, ଅବସର ପ୍ରାପ୍ତ ଜଙ୍ଗଲ ବିଭାଗ ଅଧିକାରୀ, ବୁଦ୍ଧିଜୀବୀ, ଜନସାଧାରଣ ଏବଂ ଗଣମାଧ୍ୟମର ପ୍ରତିନିଧି ବନ୍ଧୁଗଣ ଅଂଶଗ୍ରହଣ କରିଥିଲେ ।

Forest Festival

ଉକ୍ତ ମହୋତ୍ସବରେ ମୁଖ୍ୟ ଅତିଥି ତଥା ଅନ୍ୟାନ୍ୟ ସମ୍ମାନୀତ ଅତିଥିଙ୍କ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇ ଶୁଭାରମ୍ଭ କରାଯାଇଥିଲା ।
ଦେବୀଦତ୍ତ ବିଶ୍ଵାଳ, (ଭା.ବ.ସେ.) ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଏବଂ ଜଙ୍ଗଲ ବାହିନୀର ମୁଖ୍ୟ ସ୍ଵାଗତ ଭାଷଣ ପ୍ରଦାନ କରିବା ସଙ୍ଗେ ସଙ୍ଗେ ଉକ୍ତ ବନମହୋତ୍ସବର ଗୁରୁତ୍ଵ ଓ ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ ।

ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଜୁଲାଇ ମାସର ପ୍ରଥମ ସପ୍ତାହକୁ ବନମହୋତ୍ସବ ସପ୍ତାହ ରୂପେ ପାଳନ କରାଯାଉଛି । ପ୍ରତିବର୍ଷ ରାଜ୍ୟ ସରକାରଙ୍କ ତତ୍ତ୍ଵାବଧାନରେ ବ୍ୟାପକ ବୃକ୍ଷରୋପଣ କରାଯିବା ସହିତ ଜନସାଧାରଣଙ୍କର ସହଯୋଗ ଦ୍ଵାରା ଜଙ୍ଗଲ ଓ ବୃକ୍ଷ ଆଚ୍ଛାଦିତ ଅଞ୍ଚଳ କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି ।

ରାଜ୍ୟରେ ନୂତନ ଜଙ୍ଗଲ ସୃଷ୍ଟି ନିମନ୍ତେ ଚଳିତ ବର୍ଷ ବର୍ଷାଋତୁରେ ବିଭିନ୍ନ ବନୀକରଣ ଯୋଜନାରେ 78990.32 ହେକ୍ଟର ପରିମିତ ଅଞ୍ଚଳରେ ବୃକ୍ଷରୋପଣ, 5000 ରୋ କିଲୋମିଟରରେ ପଥପାର୍ଶ୍ଵ ବନୀକରଣ ଏବଂ 4.61 ଲକ୍ଷ ଚାରା ସହରାଞ୍ଚଳ ବନୀକରଣ ପାଇଁ, ସମୁଦାୟ 3.78 କୋଟି ଚାରା ରୋପଣ କରିବା ପାଇଁ ଯୋଜନା କରାଯାଇଅଛି । ଏହା ବ୍ୟତୀତ 6.42 କୋଟି ବୃକ୍ଷଚାରା ସାଧାରଣ ହିତାଧିକାରୀ ଓ ଅନୁଷ୍ଠାନ ଗୁଡିକୁ ବଣ୍ଟନ ପାଇଁ ବ୍ୟବସ୍ଥା କରାଯାଇଛି । ଏହି ବନୀକରଣ ଯୋଜନାରେ ବିଭିନ୍ନ ଜଙ୍ଗଲ କିସମ ବୃକ୍ଷ ଚାରା ସହିତ ଔଷଧୀୟ ବୃକ୍ଷଚାରା ରୋପଣ ନିମିତ୍ତେ ଗୁରୁତ୍ଵ ଦିଆଯାଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ଭର୍ଚୁଆଲ ମୋଡରେ ସଭାକୁ ସମ୍ବୋଧିତ କରି ୭୪ତମ ରାଜ୍ୟସ୍ତରୀୟ ବନମହୋତ୍ସବ ଉପଲକ୍ଷେ ଅପାର ଆନନ୍ଦ ପରିପ୍ରକାଶ କରିଥିଲେ । ଏଥି ସହିତ ଜନସାଧାରଣଙ୍କୁ ରାଜ୍ୟରେ ବ୍ୟାପକ ପରିମାଣରେ ବନୀକରଣ କରି ବିଶ୍ବତାପନ ନିୟନ୍ତ୍ରଣ କରିବାକୁ ଉପଦେଶ ଦେଇଥିଲେ ।

ବନମହୋତ୍ସବ ଅବସରରେ ଏକ ସ୍ମରଣିକା, "74ତମ ବନମହୋତ୍ସବ" ନାମରେ ଉନ୍ମୋଚିତ ହୋଇଥିଲା । ସେଥିରେ ରାଜ୍ୟ ବନବିଭାଗର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମର ବିବରଣୀ ଉଲ୍ଲେଖ ଅଛି । ଏହା ବ୍ୟତୀତ ଅନ୍ୟ ଏକ ବହି "Mangroves of Odisha" ଉନ୍ମୋଚିତ ହୋଇଥିଲା ।

ଚଳିତ ବର୍ଷ 74ତମ ବନମହୋତ୍ସବ ଉପଲକ୍ଷେ, ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବନୀକରଣ ସଚେତନତା ଜାଗୃତ କରାଯିବା ନିମନ୍ତ ବକ୍ତୃତା , ଚିତ୍ରାଙ୍କନ ଏବଂ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଉକ୍ତ ମହୋତ୍ସବରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଅଛି ।ବନୀକରଣ ଓ ଜଙ୍ଗଲ ସୁରକ୍ଷା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ସମ୍ଵଲପୁର ଜିଲ୍ଲାର "ଅଧାପଡା ବନ ସଂରକ୍ଷଣ ସମିତି" କୁ ସର୍ବଶ୍ରେଷ୍ଠ ବନସଂରକ୍ଷଣ ସମିତି ରୂପରେ ସମ୍ମାନିତ କରାଯିବା ସହିତ 2 ଲକ୍ଷ ଟଙ୍କା ପୁରସ୍କାର ଦିଆଯାଇଛି । ସର୍ବଶେଷରେ ଘାଟିକିଆ ସରକାରୀ ଉଚ୍ଚ ବିଦ୍ୟାଳୟj ପ୍ରଧାନ ଶିକ୍ଷକ ଧନ୍ୟବାଦ ଅର୍ପଣ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+