ବରଗଡରୁ ବଡ ଉପହାର, ଚାଷୀଙ୍କ ଖାତାକୁ ଧାନ ଇନପୁଟ୍‌ ସବସିଡି ରିଲିଜ କରିବେ ମୁଖ୍ୟମନ୍ତ୍ରୀ

ବିଜେପି ସରକାର ନିଜ ନିର୍ବାଚନୀ ଇସ୍ତାହାରର ଏକ ବଡ ପ୍ରତିଶ୍ରୁତି ପୂରଣ କରିବାକୁ ଯାଉଛି । ରାଜ୍ୟରେ ଭାରତୀୟ ଜନତା ପାର୍ଟି ସରକାର କ୍ଷମତାକୁ ଆସିଲେ, ଚାଷୀଙ୍କୁ ଧାନର 'ସର୍ବନିମ୍ନ ସହାୟକ ମୂଲ୍ୟ' (ଏମଏସପି) ୩୧୦୦ ଟଙ୍କା ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲା ଦଳ ।

ଆଜି ଏହା ପୂରଣ କରିବାକୁ ଯାଉଛି ବିଜେପି ସରକାର । ବରଗଡର ସୋହେଲାରେ ବିଶାଳ ଚାଷୀ ସମ୍ମିଳନୀରେ ଚାଷୀଙ୍କ ବ୍ୟାଙ୍କ ଖାତାକୁ ୮ଶହ ଟଙ୍କାର ଇନପୁଟ୍‌ ସହାୟତା ରାଶି ରିଲିଜ୍‌ କରିବେ ନିଜେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜି ହେବାକୁ ଥିବା ବିଶାଳ ସମାବେଶରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ଉପ-ମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓ, ଯୋଗାଣ ମନ୍ତ୍ରୀ, ସମବାୟ ମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ ଏବଂ ସ୍ଥାନୀୟ ସାଂସଦଙ୍କ ସହ ସ୍ଥାନୀୟ ବିଧାୟକ ଉପସ୍ଥିତ ରହିବେ ।

odisha cm mohan majhi

ନିର୍ବାଚନରେ ବଡ ମୁଦ୍ଦା ଥିଲା ଏମଏସପି:-
ନିର୍ବାଚନରେ ଏହାକୁ ବଡ ନିର୍ବାଚନୀ ମୁଦ୍ଦା କରିଥିଲା ବିଜେପି । ରାଜ୍ୟରେ ଦଳ ସରକାର ଗଢିଲେ ଧାନ ଏମଏସପି ୩୧ ଟଙ୍କା କରିବ ବୋଲି କହିଥିଲା ବିଜେପି । ତେବେ ଦଳ କ୍ଷମତାକୁ ଆସିବା ପରେ ପ୍ରତିଶ୍ରୁତିର କ୍ରିୟାନ୍ବୟନ ମଧ୍ୟ କରିଛି । ସରକାର ଧାନ କୁଇଣ୍ଟାଲ ପିଚ୍ଛା ଚାଷୀଙ୍କୁ ୨୩ ଶହ ଟଙ୍କା ସହ ଅତିରିକ୍ତ ୮ ଶହ ଟଙ୍କାର ଇନପୁଟ ସହାୟତା ରାଶି ପ୍ରଦାନ କରିବେ ବୋଲି ଘୋଷଣା କରିଥିଲେ । ଫଳରେ ଏଥର କୁଇଣ୍ଟାଲ ପିଚ୍ଛା ୩୧ଶହ ଟଙ୍କାରେ ଧାନ ସଂଗ୍ରହ ହୋଇଛି ।

ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ ଜିଲ୍ଲାରୁ ଏଥର ପ୍ରଥମ ଧାନ ସଂଗ୍ରହ କରାଯାଇଥିଲା । ବର୍ଦ୍ଧିତ 'ଏମଏସପି' ସହ କଟନୀ-ଛଟନୀ ବନ୍ଦ କରି ପାରଦର୍ଶୀ ମଣ୍ଡି ବ୍ୟବସ୍ଥା ସହ ରାଜ୍ୟ ସରକାର ଧାନ ସଂଗ୍ରହ ଆରମ୍ଭ କରିଥିଲେ । ସେହିକ୍ରମରେ ବରଗଡରୁ ହିଁ ଚାଷୀଙ୍କ ଖାତାକୁ ପ୍ରଥମ ଇନପୁଟ୍‌ ସବସିଡି ଭେଟି ଦେବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ଆଜି ବରଗଡ଼ ସମେତ ପୁରୀ, ଖୋର୍ଦ୍ଧା, ବାଲେଶ୍ଵର, କନ୍ଧମାଳ, ଜଗତସିଂହପୁର, ଭଦ୍ରକ, କୋରାପୁଟ, ସମ୍ବଲପୁର, ଗଞ୍ଜାମ, କଳାହାଣ୍ଡି, ମୟୁରଭଞ୍ଜରେ ମଧ୍ୟ ଚାଷୀ ସମାବେଶ ହେବ । ଏହି ସବୁ ଜିଲ୍ଲାରେ ସେଠାକାର ମନ୍ତ୍ରୀ ଓ ସ୍ଥାନୀୟ ବିଧାୟକ ସମାବେଶକୁ ସମ୍ବୋଧିତ କରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+