୩ ମୟୂରଭଞ୍ଜ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ
Odisha CM Mohan Majhi: ଶୁକ୍ରବାର ତିନି ଦିନିଆ ଉତ୍ତର ଓଡ଼ିଶା ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜି ମୟୂରଭଞ୍ଜ ଯିବେ ମୁଖ୍ୟମନ୍ତ୍ରୀ । ଏହି ସମୟରେ ବାରିପଦା ଛଉପଡ଼ିଆରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ସେହିପରି ସକାଳ ୯ ଟା ବେଳେ କେନ୍ଦୁଝର ଷ୍ଟାଡିୟମରୁ ସର୍କିଟ ହାଉସକୁ ଫେରିବେ ଏବଂ ସକାଳ ୧୦ଟା ସମୟରେ ଡିଡି କଲେଜ ଖେଳ ପଡିଆ ଯିବେ ମୁଖ୍ୟମନ୍ତ୍ରୀ ।

ସେଠାରେ ଆଇଭି ପ୍ରସାଦ ପକ୍ଷରୁ ଆୟୋଜିତ ଚକ୍ଷୁ ଶିବିର କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହାପରେ ଦିନ ୧୧ଟା ସମୟରେ ସମ୍ବାଦ ପକ୍ଷରୁ ଆୟୋଜିତ କ୍ଲାଇମେଟ୍ ପାଞ୍ଚାୟତ କାର୍ଯ୍ୟକ୍ରମରେ ସାମିଲ ହେବେ । ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଭୁବନେଶ୍ୱର ଠାରୁ ହେଲିକ୍ୟାପ୍ଟର ରେ ଆସି ଦିନ ୧୧ ଟା ୫ ମିନିଟ ସମୟରେ ରାଇସୁଆଁ ସ୍ଥିତ ଏୟାରଷ୍ଟ୍ରିପରେ ଅବତରଣ କରିଥିଲେ। ସେଠାରୁ ସେ ଏକ ବିରାଟ ମୋଟର ସାଇକେଲ ଶୋଭାଯାତ୍ରା ରେ ଆସି ୧୨ ଟା ୨୦ ମିନିଟ ସମୟରେ ସହର ସ୍ଥିତ ଅଡିଟୋରିୟମରେ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।












Click it and Unblock the Notifications