ବ୍ରହ୍ମପୁରଠାରେ ଦକ୍ଷିଣାଞ୍ଚଳର୮ ଗୋଟି ଜିଲ୍ଲାର ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ

ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଠାରେ ଚଳିତ ମାସରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦକ୍ଷିଣାଞ୍ଚଳ ସମସ୍ତ ଆଠଗୋଟି ଜିଲ୍ଲାର ଅଭିଯୋଗ ଶୁଣାଣି କରିବେ। ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦ୍ଭାବନା ସମ୍ମିଳନୀ କକ୍ଷଠାରେ ଏକ ପ୍ରସ୍ତୁତି ବୈଠକ ଶନିବାର ଅନୁଷ୍ଠିତ ହୋଇ ଯାଇଛି।

ନିର୍ଦ୍ଦେଶକ, ସାଧାରଣ ଅଭିଯୋଗ - ତଥା- ସ୍ବତନ୍ତ୍ର ଶାସନ ସଚିବ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ, ଓଡିଶା ନିହାର ରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ଏମ୍ ଶ୍ରବଣା ବିବେକ ଏବଂ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠର ରୂପରେଖ କିଭଳି ହେବ ସେହି ସମ୍ପର୍କରେ ସୁବିସ୍ତୃତ ଆଲୋଚନା ହୋଇଥିଲା।

odisha CM mohan majhi

ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ଡ. ପ୍ରମୋଦ କୁମାର ପୃଷ୍ଟି ସ୍ବାଗତ ଜଣାଇ ଅଭିଯୋଗ ଶୁଣାଣୀ ପ୍ରକୋଷ୍ଠ କିଭଳି ସମସ୍ତଙ୍କ ସହଯୋଗ କ୍ରମେ ଅନୁଷ୍ଠିତ ହେବ ସେଥି ନିମନ୍ତେ ନିଜର ମତ ଉପସ୍ଥାପନ କରିଥିଲେ। ନିର୍ଦ୍ଦେଶକ, ସାଧାରଣ ଅଭିଯୋଗ - ତଥା- ସ୍ବତନ୍ତ୍ର ଶାସନ ସଚିବ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ, ଓଡିଶା ଶ୍ରୀ ଦାଶ ଉପସ୍ଥିତ ସମସ୍ତ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରି ଅବଗତ କରାଇଥିଲେ ଯେ, ରାଜ୍ୟ ସ୍ତରରେ ନଅ ଥର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି ଏବଂ ଦଶମ ଅଭିଯୋଗ ଶୁଣାଣି ସମ୍ବଲପୁର ଠାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାର ଆନ୍ତରିକତାର ସହ ସମସ୍ତ ଜନ ସାଧାରଣଙ୍କର ଅଭିଯୋଗ ଶୁଣାଣି କରୁଛନ୍ତି।

ଅଭିଯୋଗ ଶୁଣାଣି ପ୍ରକୋଷ୍ଠଟିରେ ମାନବୀୟ ସମ୍ବେଦନା ସହିତ ଅଭିଯୋଗକାରୀଙ୍କ ଅଭିଯୋଗ ଶୁଣାଣି ହେବ। ଗ୍ରୀଷ୍ମ ପ୍ରବାହ ହେତୁ ସକାଳ ୮ ଘଟିକା ଠାରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ଅଭିଯୋଗ ଗୁଡିକର ଶୁଣାଣି ହେବ। ଗଜପତି, ଗଞ୍ଜାମ, କୋରାପୁଟ, ନବରଙ୍ଗପୁର, ରାୟଗଡା, ମାଲକାନଗିରି, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାର ଅଭିଯୋଗ ଗୁଡିକ ଶୁଣାଣି କରିବେ। ଏଥି ନିମନ୍ତେ ବ୍ଯାପକ ପ୍ରଚାର ପ୍ରସାର ହେବ। ଅଭିଯୋଗ ଆବେଦନ ନିମନ୍ତେ ୭୨ ଘଣ୍ଟା ପୂର୍ବରୁ ଅନ୍ ଲାଇନ୍ ମାଧ୍ୟମରେ ପଞ୍ଜିକରଣ କରାଇ ନେବାକୁ କୁହାଯାଇଛି। ଏତତ୍ ବ୍ୟତୀତ ଅଣ ପଞ୍ଜିକୃତ ଆବେଦନକାରୀ ମାନଙ୍କର ଅଭିଯୋଗ ପତ୍ର ଗୁଡିକ ଶିବାରରେ ସିଧା ସଳଖ ଗ୍ରହଣ କରାଯିବ।

ଦକ୍ଷିଣାଞ୍ଚଳ ସ୍ତରୀୟ ଏହି ଅଭିଯୋଗ ଶୁଣାଣି ପ୍ରଥମ ଥର ହେଉଥିବା ହେତୁ ଲୋକଙ୍କ ମନରେ ଉତ୍ସାହ ରହିବ ଏବଂ ଅଧିକ ସଂଖ୍ୟକ ଲୋକେ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଯୋଗ ଦେବେ। ଏଣୁକରି ଅଭିଯୋଗ ପ୍ରକୋଷ୍ଠରେ ଆଇନ୍ ଶୃଙ୍ଖଳା ପରିସ୍ଥିତି, ପାନୀୟ ଜଳ ବ୍ୟବସ୍ଥା, ଅଂଶୁଘାତ ଜନିତ ଚିକିତ୍ସା ନିମନ୍ତେ ଅସ୍ଥାୟୀ ଶିବିର, ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା, ଶିଶୁ ମାତୃକକ୍ଷ, ପ୍ରେସ ଗ୍ୟାଲେରୀ, ନିରନ୍ତର ବିଦ୍ୟୁତ ସେବା ବ୍ୟବସ୍ଥା, ସ୍ବଚ୍ଛତା ପରିମଳ ବ୍ୟବସ୍ଥା, ଅଭିଯୋଗକାରୀଙ୍କ ନିମନ୍ତେ ଖାଦ୍ୟପେୟ ବ୍ୟବସ୍ଥା ଇତ୍ୟାଦି ବିଷୟ ନେଇ ସୁବିସ୍ତୃତ ଆଲୋଚନା ହୋଇଯାଇଛି। ନିର୍ଦ୍ଧାରିତ ତାରିଖ ଏବଂ ସ୍ଥାନ ସ୍ଥିର ହେବା ପରେ ଜନ ସାଧାରଣଙ୍କ ଅବଗତି ନିମନ୍ତେ ଯଥେଷ୍ଟ ପୂର୍ବରୁ ଜଣାଇ ଦିଆଯିବ।

ବୈଠକରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ, ଅତିରିକ୍ତ ଶାସନ ସଚିବ ପ୍ରଫୁଲ୍ଲ କୁମାର ସ୍ବାଇଁ , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ମଧୁମିତା, ଛତ୍ରପୁର ଉପ ଆରକ୍ଷୀ ଅଧୀକ୍ଷକ, ଛତ୍ରପୁର, ବ୍ରହ୍ମପୁର ଓ ଭଞ୍ଜନଗର ଉପଜିଲ୍ଲାପାଳଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ଲାଇନ୍ ବିଭାଗୀୟ ଅଧିକାରୀଗଣ ଉପସ୍ଥିତ ଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+