ଗ୍ରାମୀଣ ଓଡ଼ିଶାର ସାମଗ୍ରିକ ବିକାଶଧାରାକୁ ଆଗେଇ ନେବ 'ବିକଶିତ ଗାଁ, ବିକଶିତ ଓଡ଼ିଶା' ଯୋଜନା: ମୁଖ୍ୟମନ୍ତ୍ରୀ

'ବିକଶିତ ଗାଁ, ବିକଶିତ ଓଡ଼ିଶା' ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ସେ କହିଛନ୍ତି ଯେ, ବୀର ପାଇକ ମାଟି ଖୋର୍ଦ୍ଧା ଜିଲ୍ଲାର ଜଙ୍କିଆ ଠାରେ 'ବିକଶିତ ଗାଁ, ବିକଶିତ ଓଡ଼ିଶା' ଯୋଜନାର ଶୁଭାରମ୍ଭ କରି ମୁଁ ଅତ୍ୟନ୍ତ ଆନନ୍ଦିତ । ଏହି ଯୋଜନା ଗ୍ରାମୀଣ ଓଡ଼ିଶାର ସାମଗ୍ରିକ ବିକାଶଧାରାକୁ ଆଗେଇ ନେବା ସହ ଗ୍ରାମ ଏବଂ ସହରରେ ଉପଲବ୍ଧ ହେଉଥିବା ବିଭିନ୍ନ ସେବା ଓ ସୁବିଧାର ଅନ୍ତରକୁ କମ କରିବାରେ ସାହାଯ୍ୟ କରିବ।

ଗ୍ରାମାଞ୍ଚଳର ବିକାଶ ବିନା ଦେଶର ବିକାଶ ଅସମ୍ଭବ। ତେଣୁ ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵ ଏବଂ ଦୂରଦୃଷ୍ଟି ଦ୍ଵାରା ଆଜି ଦେଶରେ ଗ୍ରାମାଞ୍ଚଳର ଭିତ୍ତିଭୂମି ସୁଦୃଢ ହୋଇପାରିଛି। ସ୍ବଚ୍ଛ ଭାରତ ଅଭିଯାନ ହେଉ ବା ଉଜ୍ଜଳା ଯୋଜନାରେ LPG ସଂଯୋଗ ହେଉ, ପକ୍କା ରାସ୍ତା ହେଉ ବା ସ୍ବଚ୍ଛ ପାନୀୟ ଜଳ ହେଉ - ଏଭଳି ଅନେକ ଜନକଲ୍ଯାଣକାରୀ ଯୋଜନା ଦେଶରେ କାର୍ଯ୍ୟକାରୀ ହେଉଛି। ଯାହାକି ଗ୍ରାମାଞ୍ଚଳର ବିକାଶକୁ ନୂତନ ଗତି ଦେବାରେ ସହାୟକ ହୋଇଛି।

ଲୋକଙ୍କ ସରକାର ୨୦୩୬ ସୁଦ୍ଧା 'ବିକଶିତ ଓଡ଼ିଶା' ନିର୍ମାଣ ପାଇଁ ପରିକଳ୍ପନା କରିଛନ୍ତି। ଏହାକୁ ସାକାର ରୂପ ଦେବା ନିମନ୍ତେ "ବିକଶିତ ଗାଁ, ବିକଶିତ ଓଡ଼ିଶା" ଯୋଜନା କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ଆଗାମୀ ୫ବର୍ଷ ପାଇଁ ମୋଟ ୫ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଯୋଜନା ମାଧ୍ୟମରେ ଶିକ୍ଷା, କ୍ରିଡ଼ା, ଗମନାଗମନ, କ୍ଷୁଦ୍ର ପର୍ଯ୍ୟଟନ ଭିତ୍ତିଭୂମି ବିକାଶ ସହ ସାଂସ୍କୃତିକ କେନ୍ଦ୍ର, କଲ୍ୟାଣ ମଣ୍ଡପ, କମ୍ୟୁନିଟି ସେଣ୍ଟର ଇତ୍ୟାଦି ନିର୍ମାଣ କରାଯିବ।

ODISHA CM MOHAN MAJHI

ଯାହାକି ଲୋକଙ୍କ ଭାଗିଦାରୀ ଏବଂ ସରକାରଙ୍କ ସହଯୋଗ ଦ୍ଵାରା ଗ୍ରାମଞ୍ଚଳର ମୌଳିକ ଭିତ୍ତିଭୂମିକୁ ଆହୁରି ସୁଦୃଢ କରିବାରେ ସହାୟକ ହେବ। "ବିକଶିତ ଗାଁ, ବିକଶିତ ଓଡ଼ିଶା" ହେଉଛି ପ୍ରକୃତରେ ମାନନୀୟ ମୋଦୀ ଜୀଙ୍କ ମନ୍ତ୍ର, "ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସ"ର ଏକ ଶ୍ରେଷ୍ଠ ନିଦର୍ଶନ। ଆଜିର ଦିନରେ ସମସ୍ତଙ୍କୁ ଆହ୍ଵାନ କରୁଛି ଆସନ୍ତୁ ଏହି ଯୋଜନା ସଫଳ ଏବଂ ଲୋକାଭିମୁଖୀ କରି ଗ୍ରାମାଞ୍ଚଳ ବିକାଶରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବା ପାଇଁ ଆମେ ସମସ୍ତେ ଏକ ହୋଇ କାର୍ଯ୍ୟ କରିବା, ଏଥିପାଇଁ ସମସ୍ତଙ୍କ ସହଯୋଗ ଏବଂ ଯୋଗଦାନ କାମନା କରୁଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+