ପୁରୀରେ ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା,ତ୍ରୁଟି ନ ହେବା ଉପରେ ଗୁରୁତ୍ବ

ପୁରୀରେ ପ୍ରଶାସନିକ ସ୍ତରରେ ଅଦଳବଦଳ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମୀକ୍ଷା। ପୁରୀରେ ପହଞ୍ଚି ରଥଯାତ୍ରାକୁ ତ୍ରୁଟିଶୂନ୍ୟ କରିବାକୁ ବୈଠକ କରିଛନ୍ତି ମୁଖ୍ୟମନ୍ତ୍ରୀ। ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଗଠନମୂଳକ ନିଷ୍ପତ୍ତି ଉପରେ ଜୋର ଦେଇଥିବା ଜଣାପଡ଼ିଛି, ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଆମ ଆଗରେ ବାହୁଡ଼ାଯାତ୍ରା, ସୁନାବେଶ ଓ ନୀଳାଦ୍ରି ବିଜେ ଭଳି ବଡ଼ ଯାତ୍ରାର ପରିଚାଳନା ପାଇଁ ଚ୍ୟାଲେଞ୍ଜ ରହିଛି। ଏହି ତିନି ଯାତ୍ରାରେ ଶ୍ରଦ୍ଧାଳୁମାନଙ୍କର ପ୍ରବଳ ସମାଗମ ହେବ। ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହୋଇପାରେ। କିନ୍ତୁ ଟ୍ରାଫିକ୍‌ର ସୁପରିଚାଳନା ପାଇଁ ଆଲୋଚନା ହୋଇଛି।

ଆଗାମୀ ଦିନରେ ଆୟୋଜନ ହେବାକୁ ଥିବା ମହାପ୍ରଭୁଙ୍କ ଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡ଼ ହେବ। କିନ୍ତୁ ଭିଡ଼କୁ ସଫଳ ପରିଚାଳନା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଟ୍ରାଫିକ ପରିଚାଳନା ପାଇଁ ମଧ୍ୟ ଆଲୋଚନା ହୋଇଛି। ଭୁବନେଶ୍ବରରୁ ପୁରୀ ଓ କୋଣାର୍କରୁ ପୁରୀ ରାସ୍ତାକୁ ଅଧିକ ଗୁରୁତ୍ବ ଦିଆଯାଇଛି।

mohan majhi

ଏହି ଦୁଇଟି ରାସ୍ତାରେ ପ୍ରବଳ ଭିଡ଼ ରହିବାର ସମ୍ଭାବନା ରହିଛି। ଏଥର ଭିଡ଼କୁ ପରିଚାଳନା ପାଇଁ ପ୍ରସ୍ତୁତି ଜୋର କରାଯାଇଛି। ରଥଯାତ୍ରାକୁ ସଫଳ ପରିଚାଳନା କରିପାରିବା ଭଳି ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+