Mohan Majhi: ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ
Mohan Majhi: ଆଜି ମୁଖ୍ୟମନ୍ତ୍ରୀ ଏକ ହଜାର ଲୋକଙ୍କ ଅଭିଯୋଗ ଶୁଣିଛନ୍ତି । ସମସ୍ତେ ଅପେକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ ସେମାନଙ୍କ ସମସ୍ୟା ଶୁଣିବେ ଓ ଅଭିଯୋଗ ପତ୍ର ଗ୍ରହଣ କରିବେ । ଲୋକମାନେ ମଧ୍ୟ ଧାଡି ବାନ୍ଧି ଶୃଙ୍ଖଳିତ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଅପେକ୍ଷା କରି ରହିଥିଲେ। ସୋମବାର ପୂର୍ବରୁ ଅନଲାଇନ୍ ମାଧ୍ୟମରେ ପଞ୍ଜିକରଣ କରିଥିବା ଲୋକଙ୍କ ଅଭିଯୋଗ ଶୁଣିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଆଗକୁ ଯେଉଁମାନେ ପଞ୍ଜିକରଣ କରିବେ ସେମାନଙ୍କ ପାଇଁ ୩ଟି ଅଣ ପଞ୍ଜିକୃତ କେନ୍ଦ୍ର କରାଯାଇଛି ।
ଯେଉଁମାନେ ପଞ୍ଜିକରଣ କରିବେ ସେମାନଙ୍କ ଫୋନକୁ ଏସଏମଏସ ଯିବ । ତେବେ ଯେଉଁମାନଙ୍କ ଫୋନକୁ ଏସଏମଏସ ଯିବ ନାହିଁ ସେମାନେ ପୁଣି ଆଉ ଥରେ ପଞ୍ଜିକରଣ କରିପାରିବେ । ଆଜିଠାରୁ ପ୍ରଥମ ଥର ପାଇଁ ପାଇଁ ସମ୍ପୂର୍ଣ୍ଣ ଅନଲାଇନ୍ ପଞ୍ଜୀକରଣ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି। ସେହିପରି କିଛି ଲୋକଙ୍କ ସମସ୍ୟାର ସମାଧାନ ତୁରନ୍ତ କରାଯାଉଥିବା ବେଳେ କିଛି ଲୋକଙ୍କୁ ପ୍ରତିଶ୍ରୁତି ମିଳିଛି ।

ଆଜି ଅନୁଗୋଳର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଶଙ୍କର ଦାସ ନିଜ ଅଭିଯୋଗ ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ରଖିଥିଲେ । ଚାକିରି ସମୟରେ ତାଙ୍କ ପ୍ରତି ବହୁ ଅନ୍ୟାୟ ଓ ଅବହେଳା କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି । ତେବେ ତାଙ୍କୁ ନ୍ୟାୟ ମିଳିବ ଏବଂ ଅଧୈର୍ଯ୍ୟ ନହେବା ପାଇଁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ତାଙ୍କୁ ନ୍ୟାୟ ଦେବା ପାଇଁ ଉପସ୍ଥିତ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଜଣେ ଭଦ୍ରକରୁ ଜଣେ ଭିନ୍ନକ୍ଷମ ଯୁବକ ଚିକିତ୍ସା ପାଇଁ ସାହାଯ୍ୟ ମାଗିଛନ୍ତି । ମୁଖ୍ୟମନ୍ତ୍ରୀଙ୍କଠାରୁ ଚିକିତ୍ସା ବାବଦରେ ଆଶ୍ୱାସନା ଭରା ପ୍ରତିଶ୍ରୁତି ମଧ୍ୟ ତାଙ୍କୁ ମିଳିଛି ।












Click it and Unblock the Notifications