ବରଗଡ଼ ସୋହେଲାରେ ଚାଷୀଙ୍କୁ ଇନପୁଟ୍ ସହାୟତା: ଚାଷୀଙ୍କ ଖାତାକୁ ଗଲା ୮୦୦ ଟଙ୍କାର ଇନ୍‌ପୁଟ ସହାୟତା

ବରଗଡ଼ ସୋହେଲାରେ ଚାଷୀଙ୍କୁ ଇନପୁଟ୍ ସହାୟତା ପ୍ରଦାନ। ଚାଷୀଙ୍କ ଖାତାକୁ ଗଲା ୮୦୦ ଟଙ୍କାର ଇନ୍‌ପୁଟ ସହାୟତା। ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ । କେନ୍ଦ୍ର ସରକାରଙ୍କ ୨୩୦୦ MSP ସହ ୮୦୦ ଇନପୁଟ୍‌ ସହାୟତା ରାଶି।

odisha cm mohan majha

୨୦୨୪ ସାଧାରଣ ନିର୍ବାଚନରେ ଭାଜପା ବଡ଼ ଘୋଷଣା କରିଥିଲା । ଓଡ଼ିଶାରେ କ୍ଷମତାକୁ ଆସିଲେ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କାରେ ଧାନ କିଣାଯିବ ବୋଲି ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିଲା ଦଳ । ନିର୍ବାଚନ ଜିତିବା ପରେ ପ୍ରତିଶ୍ରୁତି ପୂରଣ କଲେ ମୋହନ ସରାକର। ଏକ କ୍ୱିଣ୍ଟାଲ ଧାନ ବାବଦରେ ଚାଷୀ ୨୩୦୦ ଟଙ୍କା ପାଉଥିବାବେଳେ ଏଥିରେ ୮ ଶହ ଟଙ୍କା ଯୋଡ଼ି ଇନପୁଟ ସବ୍ସିଡି ଚାଷୀଙ୍କୁ ପ୍ରଦାନ କରାଯାଇଛି। ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ପୈଠ କରାଯାଇଛି।

ଦୀର୍ଘ ଅପେକ୍ଷାର ଅନ୍ତ । ଚାଷୀଙ୍କ ଖାତାକୁ ଗଲା ୮୦୦ ଟଙ୍କା ଇନ୍ପୁଟ୍ ସବ୍ସିଡି (ବୋନସ୍) । ରାଜ୍ୟର ଭାତହାଣ୍ଡି ଭାବେ ପରିଚିତ ବରଗଡ଼ ଜିଲ୍ଲା ସୋହେଲା ଚାଷୀ ସମାବେଶରେ ରାଜ୍ୟସ୍ତରୀୟ ଇନ୍ପୁଟ୍ ସହାୟତା ରାଶି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଅନୁରୂପ ଭାବେ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ସମାବେଶରେ ଇନ୍ପୁଟ୍ ସବ୍ସିଡି ବଣ୍ଟାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+