ତିନିଦିନିଆ ବିଦେଶ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, କରିବେ ରୋଡ ଶୋ’
ଭୁବନେଶ୍ବର: ନିବେଶକକଙ୍କୁ ନିମନ୍ତ୍ରଣ କରିବା ପାଇଁ ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନ ଗସ୍ତ କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି । ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ସେ ସିଙ୍ଗାପୁର ଗସ୍ତରେ ଯିବେ। ଉତ୍କର୍ଷ ଓଡ଼ିଶା, ମେକଇନ୍ ଓଡ଼ିଶା କନକ୍ଲେଭ ୨୦୨୫ ପାଇଁ ସେଠାରେ ହେବ ରୋଡ୍ ଶୋ'। ମୁଖ୍ୟମନ୍ତ୍ରୀ ରୋଡ୍ ଶୋ'ରେ ଯୋଗଦେବା ସହ ନିବେଶକଙ୍କ ସହ ଆଲୋଚନା କରିବେ। ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ସିଙ୍ଗାପୁର ଗସ୍ତରେ ଯିବେ।

ମୁଖ୍ୟମନ୍ତ୍ରୀ ନଭେମ୍ବର ୧୮ରୁ ସିଙ୍ଗାପୁର ଗସ୍ତ କରିବେ। ସେଠାରେ ସେ ନଭେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ରହିବେ। ଏହି ଗସ୍ତକାଳରେ ସେ ରୋଡ ସୋ' କରିବେ। ଏଥି ସହିତ ନିବେଶକମାନଙ୍କ ସହିତ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି।
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଉତ୍କର୍ଷ ଓଡ଼ିଶା-ମେକ୍ଇନ୍ ଓଡ଼ିଶା କନ୍କ୍ଲେଭ୍-୨୦୨୫ ପାଇଁ ପାଇଁ ସିଙ୍ଗାପୁର ଗସ୍ତ କରିବେ। ଏହି ଗସ୍ତ କାଳରେ ତାଙ୍କ ସହିତ ଶିଳ୍ପମନ୍ତ୍ର ସଂପଦ ସ୍ବାଇଁ ଓ ରାଜ୍ୟ ସରକାରଙ୍କର କିଛି ବରିଷ୍ଠ ଅଧିକାରୀ ରହିବେ।












Click it and Unblock the Notifications