ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର : ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନିଜ ଜନ୍ମମାଟିରେ ମା'ଙ୍କ ସହ ପାରମ୍ପରିକ କାଳୀପୂଜା ପାଳନ କରିବେ । ମା'ଙ୍କ ସହ ମିଶି ଦୀପ ଜାଳି ବାଣ ଫୁଟାଇ ଦୀପାବଳି ପାଳିବେ । ମୁଖ୍ୟମନ୍ତ୍ରୀ ଏକ ସ୍ୱତନ୍ତ୍ର ବିମାନ ଯୋଗ ଆଜି ଅପରାହ୍ନ ୧ଟା ୧୫ମିନିଟ୍ ସମୟରେ ଆସି କେନ୍ଦୁଝର ରାଇସୁଆଁ ସ୍ଥିତ ଏୟାର ଷ୍ଟ୍ରିପ୍ ପହଞ୍ଚିଥିଲେ । ସେଠାରୁ କେନ୍ଦୁଝର ସର୍କିଟ ହାଉସକୁ ଯାଇ କିଛି ସମୟ ବିଶ୍ରାମ ନେବା ପରେ ୩ଟା ସମୟରେ ନିଜ ଜନ୍ମମାଟି ରାଇକଳା ଅଭିମୁଖେ ବାହାରିଥିଲେ ।

odisha cm mohan charan majhi on a 2 day visit to keonjhar

ସେଠାରେ ମା'ଓ ପରିବାର ଲୋକଙ୍କ ସହ କାଳୀପୂଜା ସହ ଅନ୍ୟ ପାରମ୍ପରିକ ପୂଜାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହାପରେ ରାତି ୯ଟା ସମୟରେ ସର୍କିଟ ହାଉସ ଫେରିଆସି ବିଶ୍ରାମ ନେବାର କାର୍ଯ୍ୟକ୍ରମ ରହିଛି । ଶୁକ୍ରବାର ମୁଖ୍ୟମନ୍ତ୍ରୀ ପୁନର୍ବାର ସକାଳ ୯ଟା ସମୟରେ ନିଜ ଜନ୍ମମାଟି ରାଇକଳାକୁ ଯାଇ ପରିବାର ଲୋକ ଓ ମା'ଙ୍କ ସହ କିଛି ସମୟ ବିତାଇବା ପରେ ଦିନ ୪ଟା ସମୟରେ ଭୁବନେଶ୍ୱର ଫେରିଯିବାର କାର୍ଯ୍ୟକ୍ରମ ରହିଛି l

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+