'ବିଧାନସଭାରେ ଭାଷା ଆଇନ' ପୁସ୍ତକ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ବିଶ୍ୱ ଓଡି଼ଶା ସମ୍ମିଳନୀ ଅବସରରେ ଆଜି ମୁଖ୍ୟମନ୍ତ୍ରୀ ନନୀନ ପଟ୍ଟନାୟକ 'ବିଧାନସଭାରେ ଭାଷା ଆଇନ୍' ଶୀର୍ଷକ ପୁସ୍ତର ଉନ୍ମୋଚନ କରିଛନ୍ତି । ଏହି ପୁସ୍ତକରେ ୧୯୪୮ ମସିହାରେ ପ୍ରସ୍ତାବିତ ଭାଷା ଆଇନ ଆଲୋଚନାଠୁ ଆରମ୍ଭ କରି ୧୯୫୪ରେ ଭାଷା ଆଇନ ପାରିତ ହେବା ପର୍ଯ୍ୟନ୍ତର ତଥ୍ୟ ରହିଛି । ସେହିପରି ୨୦୧୮ର ସଂଶୋଧନ ବିଷୟ ମଧ୍ୟ ଏଥିରେ ରହିଛି ।
ସୂଚନାଥାଉ ଯେ, ୨୦୧୮ରେ ଏହି ଆଇନରେ ସଂଶୋଧନ କରାଯାଇ ସମସ୍ତ ସରକାରୀ କାର୍ଯ୍ୟଳୟରେ ସରକାରୀ ତଥ୍ୟରେ ଓଡ଼ିଆ ବ୍ୟବହାର କରିବା ବାଧ୍ୟତାମୂଳକ ବୋଲି ଉଲ୍ଲେଖ କରାଯାଇଥିଲା । ଏହି ପୁସ୍ତକ ଉନ୍ମୋଚନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶା ଭାଷାର ଉନ୍ନତି ଏବଂ ସୁରକ୍ଷା ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ । ଓଡ଼ିଶା ଭାଷା କ୍ଷେତ୍ରରେ ବୈଜ୍ଞାନିକ ଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ ପାଇଁ ନୂତନ ସମ୍ଭାବନା ସୃଷ୍ଟି ପାଇଁ ପ୍ରୟାସ କରାଯାଉଛି ।

ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, 'ବିଧାନସଭାରେ ଭାଷା ଆଇନ' ପୁସ୍ତକଟିକୁ ଭାଷା ଆନ୍ଦୋଳନର ଆବାହକ ପବିତ୍ର ମହରଥାଙ୍କ ଦ୍ଵାରା ସମ୍ପାଦିତ ଏବଂ ଶବ୍ଦସ୍ପର୍ଶ ପ୍ରକାଶନୀ ସଂସ୍ଥା ଦ୍ୱାରା ପ୍ରକାଶିତ ହୋଇଛି ।












Click it and Unblock the Notifications