ହିଞ୍ଜିଳିରେ ନୂଆ ଦୌରା ଜଜ୍ କୋର୍ଟ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ଗଞ୍ଜାମ ଜିଲ୍ଲା ହିଞ୍ଜିଳିରେ ନୂଆ ଦୌରା ଜଜ୍ କୋର୍ଟ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହିଞ୍ଜିଳି ବାସୀଙ୍କ ଅନେକ ଦିନର ସ୍ୱପ୍ନ ପୂରଣ ହୋଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ହିଞ୍ଜିଳିରେ ନୂଆ ଦୌରା ଜଜ୍ କୋର୍ଟ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହିଞ୍ଜିଳି ବାସୀଙ୍କ ଅନେକ ଦିନର ସ୍ୱପ୍ନ ପୂରଣ ହୋଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ କହିଛନ୍ତି । ଉଦଘାଟନୀ ଉତ୍ସବରେ ଭର୍ଚୁଆଲ ଭାବେ ଉପସ୍ଥିତ ରହିଥିଲେ ମୁଖ୍ୟମନ୍ତ୍ରୀ । ରାଜ୍ୟର ପ୍ରତି ଘରେ ଆଇନ ସେବା ପହଞ୍ଚାଇବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତି ବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି ।

ସେହିପରି ଉଦଘାଟନୀ ଉତ୍ସବରେ ଭର୍ଚୁଆଲରେ ଉପସ୍ଥିତ ରହି ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏସ. ମୁରଲୀଧର କହିଛନ୍ତି, ରାଜ୍ୟରେ ଲୋକଙ୍କୁ ନ୍ୟାୟ ମିଳିବା ପ୍ରକ୍ରିୟାରେ ଉନ୍ନତି ଘଟିଛି । ଟେକ୍ନୋଲଜିର ବ୍ୟବହାର ଦ୍ବାରା ନ୍ୟାୟ ପ୍ରକ୍ରିୟା ତ୍ବରାନ୍ବିତ ହୋଇଛି ବୋଲି କହିଛନ୍ତି ମୁଖ୍ୟ ବିଚାରପତି । ହିଞ୍ଜିଳିରେ ଦୌରା ଜଜ କୋର୍ଟ ପ୍ରତିଷ୍ଠା ହେବା ଦ୍ବାରା ବିଶେଷ କରି ଗରିବ ଓ ଦୁର୍ବଳ ଶ୍ରେଣୀର ଲୋକ ବେଶୀ ଉପକୃତ ହେବେ ।

ତେବେ ହଞ୍ଜିଳିରେ କୋର୍ଟ ସ୍ଥାପନା ଲଗି ମୁଖ୍ୟମନ୍ତ୍ରୀ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଧନ୍ୟବାଦ ଜଣାଇଥିଲେ । କଟକରୁ ଭର୍ଚୁଆଲରେ ଯୋଡ଼ି ହୋଇ ମୁଖ୍ୟ ବିଚାରପତି ଲୋକଙ୍କୁ ନ୍ୟାୟ ମିଳିବାରେ ବିଳମ୍ବ ହେବନି ବୋଲି ଆଶା କରିଛନ୍ତି । ମାହାମରୀ ସମୟରେ ହାଇକୋର୍ଟ ସେଥିପାଇଁ ବନ୍ଦ କରାଯାଇ ନଥିଲା । ନୂଆ କୋର୍ଟ ସ୍ଥାପନା, ବିଚାରପତି ନିଯୁକ୍ତି, ଟେକ୍ନୋଲଜି ବ୍ୟବାହର ଦ୍ବାରା ନ୍ୟାୟିକ ପ୍ରକ୍ରିୟାରେ ଉନ୍ନତି ଘଟିଛି ବୋଲି କହିଛନ୍ତି ମୁଖ୍ୟ ବିଚାରପତି ।
ଏହି ଅବସରରେ ହାଇକୋର୍ଟର ରେଜିଷ୍ଟ୍ରାର୍ ଜେନେରାଲ୍ ପ୍ରତାପ କୁମାର ପାତ୍ର ଅତିଥିମାନଙ୍କୁ ସ୍ୱାଗତ କରିଥିଲେ ଏବଂ ରେଜିଷ୍ଟ୍ରାର୍ (ଜୁଡିସିଆଲ୍) ସୁମନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲା ତଥା ଅଧିବେଶନ ଜଜ୍ ଆନନ୍ଦ ଚନ୍ଦ୍ର ବେହେରା, ହିଞ୍ଜିଳି, ଗଞ୍ଜାମ ଏବଂ ଛତ୍ରପୁର ବାର ଆସୋସିଏସନର ପ୍ରତିନିଧୀ ଉପସ୍ଥିତ ଥିଲେ । ୫ ଟି ସଚିବ ଭି.କେ ପାଣ୍ଡିଆନ୍ ମଧ୍ୟ ଉପସ୍ଥିତ ଥିଲେ।
-
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ନିର୍ବାଚନ ସରିଲେ ବାହାହେବେ ବିଜୟ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications