ଆସନ୍ତାକାଲିଠୁ ରାଉରକେଲାକୁ ଉଡିବ ବିମାନ, ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ହକି ବିଶ୍ୱକପ ପାଇଁ ଭୁବନେଶ୍ୱର ଓ ରାଉରକେଲା ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ବିମାନ ସେବା । ବିମାନ ଚଳାଚଳର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଭିସି ଜରିଆରେ ସାମିଲ ହେବେ।

ଭୁବନେଶ୍ବର: ହକି ବିଶ୍ୱକପ ପାଇଁ ଭୁବନେଶ୍ୱର ଓ ରାଉରକେଲା ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ବିମାନ ସେବା । ବିମାନ ଚଳାଚଳର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଭିସି ଜରିଆରେ ସାମିଲ ହେବେ ।

Rourkela Airport

ଆସନ୍ତାକାଲି ଭୁବନେଶ୍ବରରୁ ରାଉରକେଲାକୁ ଉଡିବ ବିମାନ। ସକାଳ ୧୦ ଟା ୪୫ ମିନିଟରେ ଭୁବନେଶ୍ଵର ବିମାନ ବନ୍ଦରରୁ ଆଲାଏନ୍ସ ଏୟାରର ବିମାନ ରାଉରକେଲା ଅଭିମୁଖେ ଯାତ୍ରା କରିବ । ୧୧ଟା ୪୦ରେ ରାଉରକେଲା ବିମାନବନ୍ଦରରେ ପହଞ୍ଚିବ ବିମାନ । ଏହାପରେ ୧୨ଟା ୦୫ ରେ ରାଉରକେଲାରୁ ବାହାରି ଅପରାହ୍ମ ଗୋଟାଏରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବ । ୧୨ ତାରିଖରୁ ଦୈନିକ ଉଡାଣ ଜାରି ରହିବ । ପ୍ରତିଦିନ ବିମାନ ଭୁବନେଶ୍ବରରୁ ୨ ଟା ୫୫ ମିନିଟରେ ଛାଡ଼ିବ ରାଉରକେଲାରେ ୩ଟା ୫୦ମିନିଟରେ ପହଞ୍ଚିବ। ରାଉରକେଲାରୁ ୪ଟା ୧୫ମିନିଟରେ ବାହାରି ଭୁବନେଶ୍ବରରେ ୫ଟା ୧୦ରେ ପହଞ୍ଚିବ ।

ଭୁବନେଶ୍ବରରୁ ରାଉରକେଲା ବିମାନରେ ଟିକେଟ ମୂଲ୍ୟ ରହିଛି ୨୮୦୩ ଟଙ୍କା ରହିଥିବା ବେଳେ ରାଉରକେଲାରୁ ଭୁବନେଶ୍ଵର ବିମାନର ଟିକେଟ ମୂଲ୍ୟ ରହିଛି ୨୭୨୧ଟଙ୍କା । ଆଲାଏନ୍ସ ଏୟାର ବିମାନରେ ୭୨ ସିଟ୍ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+