ହୁସେନ ରବିଗାନ୍ଧୀଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ
ବିଶିଷ୍ଟ ସାହିତ୍ୟିକ ହୁସେନ ରବି ଗାନ୍ଧୀଙ୍କ ବିୟୋଗରେ ଶୋକପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କବି ତଥା ରାଜନେତା ହୁସେନ ରବିଗାନ୍ଧୀଙ୍କ ପରଲୋକ ଘଟିଛି ।
ଭୁବନେଶ୍ୱର: ବିଶିଷ୍ଟ ସାହିତ୍ୟିକ ହୁସେନ ରବି ଗାନ୍ଧୀଙ୍କ ବିୟୋଗରେ ଶୋକପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କବି ତଥା ରାଜନେତା ହୁସେନ ରବିଗାନ୍ଧୀଙ୍କ ପରଲୋକ ଘଟିଛି ।

ମୁଖ୍ୟମନ୍ତ୍ରୀ ଶୋକ ବାର୍ତ୍ତାରେ କହିଛନ୍ତି, 'ସ୍ୱର୍ଗତ ଗାନ୍ଧୀ ବିଜୁବାବୁଙ୍କ ସହ ଦୀର୍ଘ ସମୟ ଧରି ଜଡ଼ିତ ଥିଲେ, ପରେ ସେ ବିଜେଡି ସହ ସଂପୃକ୍ତ ହୋଇ ଦଳର ମୂଲ୍ୟବୋଧର ପ୍ରସାର କରିଥିଲେ । ଦଳ ପାଇଁ ତାଙ୍କର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା । ଜଣେ ଲେଖକ ଭାବେ ମଧ୍ୟ ସେ ପ୍ରସିଦ୍ଧି ହାସଲ କରିଥିଲେ । ଓଡିଆ ଭାଷା ପ୍ରତି ତାଙ୍କ ଅବଦାନ ଅତୁଳନୀୟ । ଶୋକସନ୍ତପ୍ତ ପରିବାର ପ୍ରତି ସେ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।












Click it and Unblock the Notifications