ଆଳୁ ସମସ୍ୟାକୁ ନେଇ ମୋହନ ମାଝୀଙ୍କ ପ୍ରତିକ୍ରିୟା, କହିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସହ ....
ଭୁବନେଶ୍ୱର: ଆଳୁ ସମସ୍ୟାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରତିକ୍ରିୟା । ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଆଲୋଚନା କରିଛି। କୋଲକାତାରୁ ଆଳୁ ଆସିବା ନେଇ ଆଲୋଚନା ହୋଇଛି। ଆମ ହକ ଦେବା ପାଇଁ ମୁଁ ମମତାଙ୍କୁ ଅନୁରୋଧ କରିଛି ।
ସହଯୋଗ କରିବେ ବୋଲି ମମତା ପ୍ରତିଶ୍ରୁତି ଦେଇଛନ୍ତି। କାର୍ଯ୍ୟକାରୀ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଖୁବଶୀଘ୍ର ସମାଧାନର ରାସ୍ତା ବାହାରୁଛି, ରେଟ୍ ମଧ୍ୟ ବଢ଼ିବନି ବୋଲି ମମତା କହିଛନ୍ତି। ଅନ୍ୟପଟେ, ଆଳୁ ଦର ସ୍ବାଭାବିକ ହେଉଥିବା ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ସେ କହିଛନ୍ତି, ପଶ୍ଚିମବଙ୍ଗରୁ ଆଳୁ ଆସୁନଥିବାରୁ ଦର ବଢ଼ିଥିଲା, ଏବେ ଆସିବା ଆରମ୍ଭ ହୋଇଛି।

ପଶ୍ଚିମବଙ୍ଗ ସରକାରଙ୍କ ସହ ଆଲୋଚନା ପରେ ଆସିବା ଆରମ୍ଭ ହୋଇଛି। ବଜାର ଦର ଧିରେ ଧିରେ ସ୍ବାଭାବିକ ହେଉଛି, ଦର ୩୨/୩୪ ଟଙ୍କା ହେଲାଣି। ତେବେ ମନ୍ତ୍ରୀ ୩୨/୩୪ କହୁଥିଲେ ବି ରାଜ୍ୟର ବିଭିନ୍ନ ସ୍ଥାନରେ ଦର ଉଚ୍ଚା ରହିଛି। କଟକ, ଭୁବନେଶ୍ବରରେ ଆଳୁ କେଜି ୫୦ ଟଙ୍କା ଥିବା ସୂଚନା ରହିଛି।












Click it and Unblock the Notifications