Get Updates
Get notified of breaking news, exclusive insights, and must-see stories!

ଚଳିତ ବର୍ଷ ଶେଷ ସୁଦ୍ଧା ପୂରଣ ହେବ ସମସ୍ତ ଡାକ୍ତର ପଦବୀ: ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ସମସ୍ତ ବିଭାଗର ସମୀକ୍ଷା ଚାଲିଛି । ବିଭାଗୀୟ ଅଧିକାରୀ ଓ ମନ୍ତ୍ରୀ ସେମାନଙ୍କ ରିପୋର୍ଟ କାର୍ଡ ଦେଉଛନ୍ତି । ଏହି କ୍ରମରେ ଆଜି ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା ରିପୋର୍ଟ ଆସିଛି ।

ସ୍ୱାସ୍ଥ୍ୟ ବିଭାଗର ଉପଲବ୍ଧି ସଂପର୍କରେ ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ । ସରକାରୀ ମେଡିକାଲରେ ମାଗଣା ସ୍ୱାସ୍ଥ୍ୟ ସୁବିଧା ମିଳୁଛି । BSKYରେ ମହିଳାଙ୍କୁ ୧୦ଲକ୍ଷ ଓ ପୁରୁଷଙ୍କୁ ୫ଲକ୍ଷ ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ମିଳୁଛି । ଏଥିପାଇଁ ମାସକୁ ୨୨୫କୋଟି ଟଙ୍କା ଖର୍ଚ୍ଚ ହେଉଛି ।

Odisha CM Departmental Review

ରାଜ୍ୟରେ ୮ଟି ନୂଆ ମେଡିକାଲ କଲେଜ ଖୋଲିଛି । ଓଡିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ସହ ନର୍ସିଂ ସ୍କୁଲକୁ କଲେଜରେ ରୂପାନ୍ତରିତ କରାଯାଇଛି । ଫଳରେ ପ୍ରତ୍ୟେକ ବର୍ଷ ରାଜ୍ୟରେ ୨୨୦୦ MBBS ଡାକ୍ତର ବାହାରୁଛନ୍ତି । ୮୨୬ ଜଣ ବିଶେଷଜ୍ଞ ଡାକ୍ତର ମଧ୍ୟ ବାହାରୁଛନ୍ତି । ୨୦୨୩ ଡିସେମ୍ବର ମାସ ସୁଦ୍ଧା ସମସ୍ତ ଡାକ୍ତର ପଦବୀ ପୂରଣ କରିବାକୁ ଲକ୍ଷ୍ୟ ରଖିଛି ସ୍ଵାସ୍ଥ୍ୟ ବିଭାଗ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ ।

ସ୍ବାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି, "୨୦୦୦ ମସିହାରେ ଏମବିବିଏସ ସଂଖ୍ୟା ୩୨୧ ଥିଲାବେଳେ ୨୫୪ ଜଣ ବିଶେଷଜ୍ଞ ଡାକ୍ତର ବାହାରୁଥିଲେ । କିନ୍ତୁ ଏବେ ପ୍ରତ୍ୟେକ ବର୍ଷ ରାଜ୍ୟରେ ୨୨୦୦ MBBS ଡାକ୍ତର ବାହାରୁଛନ୍ତି । ୮୨୬ ଜଣ ବିଶେଷଜ୍ଞ ଡାକ୍ତର ମଧ୍ୟ ବାହାରୁଛନ୍ତି । ଡିସେମ୍ବର ୨୦୨୩ ସୁଦ୍ଧା ରାଜ୍ୟରେ ଖାଲି ପଡ଼ିଥିବା ସମସ୍ତ MBBS ପଦବୀ ପୂରଣ ହେବ । ଆଗକୁ ରାଜ୍ୟରେ ଡାକ୍ତର ଅଭାବ ରହିବ ନାହିଁ । ଏହା ସହିତ ୧୦ ହଜାର ପାରା ମେଡ଼ିକାଲ ଷ୍ଟାଫ ନିଯୁକ୍ତି ପାଇବେ । ୬ ବର୍ଷରେ ୮ ନୂଆ ମେଡ଼ିକାଲ କଲେଜ ସହ ୨ ଟି ପୋଷ୍ଟ ଗ୍ରାଜୁଏଟ କଲେଜ କରାଯାଇଛି । ୨୦୨୪ ଜାନୁଆରୀରୁ କଟକ ଏସସିବିରେ ଏମ୍ସ ପ୍ଲସରେ ରୋଗୀ ସେବା ଉପଲବ୍ଧ ହେବ ।"

ସେହିପରି କର୍କଟ ରୋଗୀଙ୍କୁ ମାଗଣା କେମୋଥେରାପି ମିଳୁଛି। ସମୁଦାୟ ବଜେଟର ୭ ପ୍ରତିଶତ ହେଉଛି ସ୍ୱାସ୍ଥ୍ୟ ବଜେଟ । ସେହିପରି ମାତୃ ମୃତ୍ୟୁହାର ରୋକିବାରେ ଦ୍ୱିତୀୟ ସ୍ଥାନରେ ରହିଛି। ଅନଲାଇନରେ ଜନ୍ମ ଓ ମୃତ୍ୟୁ ପ୍ରମାଣପତ୍ର ମିଳୁଥିବା ବେଳେ ଓପିଡି ପାଇଁ ଅନଲାଇନ ବୁକିଂ କରିହେଉଛି। ପ୍ରତି ବ୍ଲକରେ ଏଏଲଏସ ଆମ୍ୱୁଲାନ୍ସ ଉପଲବ୍ଧ କରାଯାଇଛି। ପଛୁଆ ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଥିବା ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ ସୂଚନା ଦେଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+