ବରଗଡ଼ ଜିଲ୍ଲା ପଦ୍ମପୁର ଲାଗି ନୂଆ ADM ପଦବୀକୁ ମଂଜୁରୀ; ଚଭନ କୁନାଲ ମୋତିରାମ ପଦ୍ମପୁରର ପ୍ରଥମ ADM
ବରଗଡ଼ ଜିଲ୍ଲା ପଦ୍ମପୁର ଲାଗି ନୂଆ ADM ପଦବୀକୁ ମଂଜୁରୀ । ନୂଆ ADM ପଦବୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଂଜୁରୀ ଦେଇଛନ୍ତି । ଚଭନ କୁନାଲ ମୋତିରାମ ପଦ୍ମପୁରର ପ୍ରଥମ ADM ନିଯୁକ୍ତ ।ହୋଇଛନ୍ତି । ଚଭନ କୁନାଲ ଏବେ ବାଲେଶ୍ୱରର ସବ୍ କଲେକ୍ଟର ଅଛନ୍ତି ।
ପଦ୍ମପୁରକୁ ବର୍ଷେ ଭିତରେ ଜିଲ୍ଲା ମାନ୍ୟତା ଦିଆଯିବା ନେଇ ପ୍ରତିଶ୍ରୁତି ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚଳିତବର୍ଷ ହିଁ ପଦମପୁରବାସୀଙ୍କ ଜିଲ୍ଲା ସ୍ବପ୍ନ ସତ ହେବ ବୋଲି ନବୀନ କହିଥିଲେ । ଜିଲ୍ଲା ଗଠନ ପ୍ରକ୍ରିୟା ତ୍ବରାନ୍ବିତ ହୋଇଥିବାରୁ ପଦମପୁରବାସୀଙ୍କ ମନରେ ଉତ୍ସାହ ଦେଖାଦେଇଛି ।

ସାକାର ହେବ ପଦ୍ମପୁରବାସୀଙ୍କ ସ୍ବପ୍ନ । ତେବେ ଖୁବଶୀଘ୍ର ପଦ୍ମପୁର ବାସୀଙ୍କ ସ୍ବପ୍ନ ସାକାର ହୋଇପାରେ । ପଦ୍ମପୁର ଜିଲ୍ଲାପାଳ କାର୍ଯ୍ୟାଳୟ ସ୍ଥାପନ ପାଇଁ ସ୍ଥାନ ଚିହ୍ନଟ କାର୍ଯ୍ୟ ଆରମ୍ଭ ହୋଇଛି । ଆରଡିସି ସୁରେଶ ଚନ୍ଦ୍ର ଦଳାଇ ପଦମପୁରରେ ପହଞ୍ଚି ବିଭିନ୍ନ ସ୍ଥାନ ବୁଲି ଦେଖିଛନ୍ତି । RDCଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଜମି ନିରୂପଣରେ ସାମିଲ ହୋଇଛି । ଉପଜିଲ୍ଲାପାଳ ଓ ଆରଆଇଙ୍କ ଉପସ୍ଥିତିରେ ବିଭିନ୍ନ ସ୍ଥାନ ପରିଦର୍ଶନ କରି ଅନୁଧ୍ୟାନ କରାଯାଇଛି ।












Click it and Unblock the Notifications