ଘଟଗାଁ ଦୁର୍ଘଟଣା: ୮ ମୃତକଙ୍କ ପରିବାରକୁ ୩ ଲକ୍ଷ ଲେଖାଏଁ ଅନୁକଂପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଅଧା ରହିଗଲା ତାରିଣୀ ଦର୍ଶନ । ୮ ଜଣ ପ୍ରାଣ ହରାଇଲେ । ଶୁକ୍ରବାର ସକାଳ ହେଲା କାଳ । ସବୁଆଡେ କାନ୍ଦ ବୋବାଳି । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ୮ ମୃତକଙ୍କ ପରିବାରକୁ ଅନୁକଂପା ରାଶି ଘୋଷଣା କରିଛନ୍ତି । ୩ ଲକ୍ଷ ଲେଖାଏଁ ଅନୁକଂପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ସେହିପରି ୧୨ ଆହତଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସଡକ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ତିନି ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି । ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ।

ତାରିଣୀ ଦର୍ଶନ ପାଇଁ ଗଂଜାମ ଜିଲ୍ଲା ଦିଗପହଣ୍ଡି ପୋଡାମାରିରୁ ଆସିଥିଲେ ୧୯ ଜଣ । ଘଟଗାଁ ତାରିଣୀ ମନ୍ଦିର ମାତ୍ର ୩ କିଲୋମିଟର ଥିବାବେଳେ, ବାଲିଯୋଡି ନିକଟ ୨୦ ନମ୍ବର ଜାତୀୟ ରାଜପଥରେ ଘଟିଛି ଏହି ମୁର୍ମଦୁନ୍ତ ଦୁର୍ଘଟଣା ।

ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଟ୍ରକ ସହ ଧକ୍କା ହେବା ପରେ ଦୁର୍ଘଟଣା ଘଟିଛି । ଭ୍ୟାନ୍‌ ଚୁର୍‌ମାର୍ ହୋଇଛି । ମୃତକଙ୍କ ମଧ୍ୟରେ ୨/୩ ଜଣ ମହିଳା ଥିବା ସୂଚନା ମିଳିଛି । ସମସ୍ତ ମୃତାହତ ଦିଗପହଣ୍ଡି ପୋଡ଼ାମାରି ଗାଁର ହୋଇଥିବା ସୂଚନା ମିଳିଛି ।

naveen patnaik

ସୂଚନା ଅନୁସାରେ, ତାରିଣୀଙ୍କୁ ଦର୍ଶନ କରିବା ଲାଗି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଅନ୍ତର୍ଗତ ପୁଡାମାରି ଗାଁରୁ ଆସୁଥିବା ଏକ ଉଇଙ୍ଗର ଭ୍ୟାନ‌ ମନ୍ଦିରର ମାତ୍ର ତିନି କିଲୋମିଟର ପୂର୍ବରୁ ବାଲିଯୋଡ଼ିଠାରେ ରାସ୍ତା କଡ଼ରେ ଛିଡା ହୋଇଥିବା ଏକ ଟ୍ରକ ସହିତ ଧକ୍କା ହୋଇଥିଲ। ଘଟଣାସ୍ଥଳରେ ୭ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ମେଡିକାଲରେ ଜଣେ ଶିଶୁର ମୃତ୍ୟୁ ହୋଇଛି ।ଦୁର୍ଘଟଣା ପରର ଦୃଶ୍ୟ ଅତ୍ୟନ୍ତ ହୃଦୟ ବିଦାରକ ଥିଲା । ରକ୍ତାକ୍ତ ହୋଇଥିଲା ରାଜରାସ୍ତା । ଭ୍ୟାନଟି ଚୁରମାର ହୋଇଯାଇଛି । କେତେ ଖୁସିରେ ମାଆ ତାରିଣୀଙ୍କ ଦର୍ଶନ କରିବେ ବୋଲି ଘରୁ ବାହାରି ଥିଲେ । ହେଲେ କିଏ ଜାଣିଥିଲା ଏମିତି ହେବ ?

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+