Get Updates
Get notified of breaking news, exclusive insights, and must-see stories!

ଅସିତ୍ ତ୍ରିପାଠୀ ହେଲେ ଭୁବନେଶ୍ୱର କ୍ଲବ୍ ସଭାପତି

ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଭୁବନେଶ୍ୱର କ୍ଲବ୍‌ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସେ ଅନ୍ୟତମ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକଙ୍କୁ ୨୭୮ ଭୋଟ୍‌ରେ ହରାଇଛନ୍ତି।

ଭୁବନେଶ୍ୱର: ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଭୁବନେଶ୍ୱର କ୍ଲବ୍‌ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସେ ଅନ୍ୟତମ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକଙ୍କୁ ୨୭୮ ଭୋଟ୍‌ରେ ହରାଇଛନ୍ତି। ଏହି ନିର୍ବାଚନରେ ଅସିତ୍‌ଙ୍କୁ ମୋଟ ୭୭୬ଟି ଭୋଟ୍ ମିଳିଥିଲା। ଅନ୍ୟପକ୍ଷରେ ବିଜୟଙ୍କୁ ୪୯୮ଟି ଭୋଟ୍‌ ମିଳିଥିଲା।

Asit Tripathy

ଭୁବନେଶ୍ୱର କ୍ଲବର କର୍ମକର୍ତ୍ତା ନିର୍ବାଚନ ପାଇଁ ଶନିବାରଠାରୁ ଆରମ୍ଭ ହୋଇଥିଲା ମତଦାନ ପ୍ରକ୍ରିୟା । ଯାହାକି ରବିବାର ଶେଷ ହୋଇଥିଲା । ଦୁଇ ଦିନରେ ମୋଟ୍ ୧୨୬୯ ଜଣ ମତଦାନ କରିଥିବା ବେଳେ ସୋମବାର ଅପରାହଣ ଭୋଟ୍‌ ଗଣତି ହୋଇଥିଲା । କ୍ଲବର ନିର୍ବାଚନ ପାଇଁ ୫ଟି ବୁଥ୍ ହୋଇଥିବା ବେଳେ ୫ଟି ଲେଖାଏଁ ବାଲାଟ୍ ପେପର୍ ହୋଇଥିଲା । ସଦସ୍ୟମାନେ ପ୍ରାର୍ଥୀଙ୍କ ନାମ ନିକଟରେ କ୍ରସ୍‌ ଚିହ୍ନ‌ ମାରି ଭୋଟ୍ ଦେଇଥିଲେ ।

ସୂଚନାଯୋଗ୍ୟ, ଗତ ବର୍ଷ ଡିସେମ୍ବର ୩୧ରେ ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେଇଥିଲେ ଅସିତ୍ ତ୍ରିପାଠୀ। ଏହା ପରେ ସରକାର ତାଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଭାବେ ମଧ୍ୟ ସେ କାର୍ଯ୍ୟ କରୁଛନ୍ତି। ଆଞ୍ଚଳିକ ବିକାଶ, ପର୍ଯ୍ୟଟନ, କୃଷି ବ୍ୟବସାୟ ଓ ଶିଳ୍ପ କ୍ଷେତ୍ରରେ ସେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+