ସ୍କୁଲରେ କରେଣ୍ଟ ଲାଗି ଛାତ୍ରୀଙ୍କ ମୃତ୍ୟୁ
ବିଦ୍ୟୁତ ଆଘାତରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ । କୁନ୍ଦ୍ରା ବ୍ଲକ ଦିଗାପୁର ସରକାରୀ ଆବାସିକ ସ୍କୁଲ ପରିସରରେ ଘଟିଛି ଏପରି ଅଘଟଣ । ସ୍କୁଲ ପରିସରରେ ଥିବା ବିଦ୍ୟୁତ ଖୁଣ୍ଟକୁ ଛୁଇଁ ଗୁରୁତର ହୋଇ ପଡ଼ିଥିଲେ ଛାତ୍ରୀ ।
ଜୟପୁର: ବିଦ୍ୟୁତ ଆଘାତରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ । କୁନ୍ଦ୍ରା ବ୍ଲକ ଦିଗାପୁର ସରକାରୀ ଆବାସିକ ସ୍କୁଲ ପରିସରରେ ଘଟିଛି ଏପରି ଅଘଟଣ । ସ୍କୁଲ ପରିସରରେ ଥିବା ବିଦ୍ୟୁତ ଖୁଣ୍ଟକୁ ଛୁଇଁ ଗୁରୁତର ହୋଇ ପଡ଼ିଥିଲେ ଛାତ୍ରୀ । ଜୟପୁର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ମୃତ ଘୋଷଣା କଲେ ଡାକ୍ତର ।

ମୃତ ଛାତ୍ରୀଙ୍କ ନାଁ ସବିତା ମାଠପଡ଼ିଆ। ଆଜି ସକାଳ ପ୍ରାୟ ୯ଟା ବେଳେ ସ୍କୁଲ୍ ହତା ଭିତରେ ଥିବା ଏକ ହାଇମାଷ୍ଟ ଲାଇଟ୍ ପୋଲ୍କୁ କୌଣସି କାରଣ ବଶତଃ ସବିତା ଛୁଇଁ ଦେଇଥିଲେ। ବିଦ୍ୟୁତ୍ ଆଘାତରେ ସେ ଗୁରୁତର ହୋଇପଡ଼ିଥିଲେ। ସବିତାଙ୍କୁ ଗୁରୁତର ଅବସ୍ଥାରେ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।












Click it and Unblock the Notifications