ସ୍କୁଲ ଗେଟ୍ ପଡ଼ି ପଞ୍ଚମ ଶ୍ରେଣୀ ଛାତ୍ରୀ ମୃତ !
ଖେଳଛୁଟିରେ ଖେଳୁଥିଲେ ପଞ୍ଚମ ଶ୍ରେଣୀ ଛାତ୍ରୀ । ହଠାତ୍ ଭାଙ୍ଗି ପଡିଲା ସ୍କୁଲ ଗେଟ୍ । ଆଉ ଲୁହା ଗେଟ୍ ତଳେ ଚାପି ହୋଇ ପଞ୍ଚମ ଶ୍ରେଣୀ ଛାତ୍ରୀର ଜୀବନ ଚାଲିଗଲା ।
ରାୟଗଡା: ଖେଳଛୁଟିରେ ଖେଳୁଥିଲେ ପଞ୍ଚମ ଶ୍ରେଣୀ ଛାତ୍ରୀ । ହଠାତ୍ ଭାଙ୍ଗି ପଡିଲା ସ୍କୁଲ ଗେଟ୍ । ଆଉ ଲୁହା ଗେଟ୍ ତଳେ ଚାପି ହୋଇ ପଞ୍ଚମ ଶ୍ରେଣୀ ଛାତ୍ରୀର ଜୀବନ ଚାଲିଗଲା । ଆଜି ମଧ୍ୟାହ୍ନରେ ଏପରି ହୃଦୟବିଦାରକ ଘଟଣା ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ ବିଚିକୋଟ ଉ.ପ୍ରା. ସ୍କୁଲରେ । ମୃତକ ପଞ୍ଚମ ଶ୍ରେଣୀ ଛାତ୍ରୀ ହେଲେ ଆହୁତି ଶବର ।

ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ସ୍କୁଲ କର୍ତ୍ତୃପକ୍ଷ ଓ ସ୍ଥାନୀୟ ଲୋକ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଛାତ୍ରୀଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ବ୍ଲକ ଶିକ୍ଷାଧିକାରୀ ପହଞ୍ଚି ଅନୁଧ୍ୟାନ କରିଛନ୍ତି ।
ଏହି ଖବର ପ୍ରକାଶ ପାଇବା ପରେ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । କେଉଁ ପରିସ୍ଥିତିରେ ସ୍କୁଲ ଗେଟ୍ ଭାଙ୍ଗି ପିଲା ଉପରେ ପଡ଼ିଲା । ତାହା ଉପରେ ତଦନ୍ତ କରିବା ପାଇଁ ବ୍ଲକ ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶରେ ଏକ ଟିମ୍ ସ୍କୁଲରେ ପହଞ୍ଚିଛି ।












Click it and Unblock the Notifications