ବଢିଲା ମାଟ୍ରିକ୍ ପରୀକ୍ଷା ଫର୍ମ ପୂରଣ ତାରିଖ ଅବଧି, ବୋର୍ଡ ପକ୍ଷରୁ ଜାରି କରାଗଲା ଏହି ସୂଚନା

ଭୁବନେଶ୍ୱର: ବଢିଲା ମାଟ୍ରିକ୍ ପରୀକ୍ଷା ଫର୍ମ ପୂରଣ ତାରିଖ ଅବଧି । ବୋର୍ଡ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ବର୍ତ୍ତମାନ ଫର୍ମ ପୂରଣର ଶେଷ ତାରିଖ ଅକ୍ଟୋବର ୫ ତାରିଖ କରାଯାଇଛି । ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ମଧ୍ୟମା ପରୀକ୍ଷା ପାଇଁ ଏହି ସମ୍ପ୍ରସାରଣ ଲାଗୁ କରାଯାଇଛି ।

ଛାତ୍ରଛାତ୍ରୀ ମାନେ ନିର୍ଦ୍ଧାରିତ ତାରିଖ ସୁଦ୍ଧା ଫର୍ମ ପୂରଣ କରିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିବାକୁ ବୋର୍ଡ ପକ୍ଷରୁ ବିଦ୍ୟାଳୟଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏହି ଅବଧି ଆଉ ଘୁଞ୍ଚାଯିବ ନାହିଁ ବୋଲି ବୋର୍ଡ ପକ୍ଷରୁ ସୂଚନା ଜାରି କରାଯାଇଛି । ଆସନ୍ତା ବର୍ଷ ଫେବ୍ରୁଆରୀ ୨୦ ରୁ ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ କରାଯିବ ।

MATRIC EXAM

ସୂଚନାଅନୁସାରେ, ଅକ୍ଟୋବର ୫ ତାରିଖ ସୁଦ୍ଧା ବିଏସଇ ୱେବସାଇଟରେ ଅନଲାଇନରେ ଫର୍ମ ପୂରଣ କରି ପାରିବେ ଛାତ୍ରଛାତ୍ରୀ । ଏଥିପାଇଁ ଛାତ୍ରଛାତ୍ରୀଙ୍କୁ ଆଧାର ନମ୍ବର ଏବଂ ମୋବାଇଲ ନମ୍ବର ଦେଇ ଫର୍ମ ପୂରଣ କରିବାକୁ ପଡିବ । ସେହିପକି ପରୀକ୍ଷାର୍ଥୀମାନେ ନିଜ ଜନ୍ମ ପ୍ରମାଣ ପତ୍ର, ୮ମ ଶ୍ରେଣୀ ପାସ୍ ପ୍ରମାଣ ପତ୍ର, ପାସପୋର୍ଟ ଫଟୋ ଆଦି ଡକ୍ୟୁମେଣ୍ଟ ଦେବା ପାଇଁ ପଡିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+