ମାଟ୍ରିକ ପରୀକ୍ଷା ଦେଉଥିବା ବେଳେ ଚାଲିଗଲା ଛାତ୍ରଙ୍କ ଜୀବନ: ପରୀକ୍ଷା କେନ୍ଦ୍ରରେ ହୋଇଗଲେ ଅଚେତ
ବାପାଙ୍କ ସହ ପରୀକ୍ଷା ଦେବାକୁ ଆସିଥିଲେ କୁନା । ପୁଅକୁ ଛାଡି ବାପା ଫେରିଥିଲେ ଘରକୁ । ହେଲେ ପରୀକ୍ଷା କେନ୍ଦ୍ରରେ ବସି ପରୀକ୍ଷା ଦେଉଥିବା ବେଳେ ହଠାତ୍ କୁନା ଅଚେତ୍ ହୋଇ ପଡିଲା ।

କୋରାପୁଟ: ବାପାଙ୍କ ସହ ପରୀକ୍ଷା ଦେବାକୁ ଆସିଥିଲେ କୁନା । ପୁଅକୁ ଛାଡି ବାପା ଫେରିଥିଲେ ଘରକୁ । ହେଲେ ପରୀକ୍ଷା କେନ୍ଦ୍ରରେ ବସି ପରୀକ୍ଷା ଦେଉଥିବା ବେଳେ ହଠାତ୍ କୁନା ଅଚେତ୍ ହୋଇ ପଡିଲା । ତୁରନ୍ତ କୁନାଙ୍କୁ ନାଲକୋ ହସ୍ପିଟାଲରେ ଭର୍ତ୍ତି କରାଗଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ତେବେ ଏଭିଳି ଏକ ଦୁଖଃଦ ଘଟଣା ଘଟିଛି କୋରାପୁଟ ଜିଲ୍ଲା ଦାମନଯୋଡି ସରସ୍ୱତୀ ବିଦ୍ୟାମନ୍ଦିର ପରୀକ୍ଷା କେନ୍ଦ୍ରରେ । ମାଟ୍ରିକ ପରୀକ୍ଷା ଦେଉଥିବା ବେଳେ ଚାଲିଯାଇଛି ଛାତ୍ରଙ୍କ ଜୀବନ । ମୃତ ଛାତ୍ରଙ୍କ ନାମ କୁନା ପୂଜାରୀ । ସେ ମାଲୁ ସାଆନ୍ତ ସ୍କୁଲର ଛାତ୍ର । ତେବେ କୁନାଙ୍କର ମୃତ୍ୟୁର କାରଣ କ'ଣ ତାହା ଜଣାପଡି ନାହିଁ ।
ସୂଚନାଥାଉ କି, ଆଜି ସକାଳ ୮ଟାରୁ ପରୀକ୍ଷା ଆରମ୍ଭ ହୋଇଥିଲା । ବିଜ୍ଞାନ ପରୀକ୍ଷା ଦେଉଥିଲେ ଛାତ୍ରଛାତ୍ରୀ । ହଠାତ ଏମିତି ଏକ ଅଭାବନୀୟ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଥିଲା । ତେବେ କୁନା ପୂର୍ବରୁ କୌଣସି ରୋଗରେ ଆକ୍ରାନ୍ତ ଥିବା ଅନୁମାନ କରାଯାଉଛି । କୁନାଙ୍କ ପରିବାର ଲୋକେ ମଧ୍ୟ ଏପରି ଖବର ଅକସ୍ମାତ ପାଇଁ ଭାଙ୍ଗି ପଡିଛନ୍ତି । ଶବ ବ୍ୟବଚ୍ଛେଦ ପାଇଁ କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜକୁ ପଠାଯାଇଛି ।












Click it and Unblock the Notifications