ଓଡ଼ିଶା ସିଭିଲ୍ ସର୍ଭିସ ୨୦୨୧ ରେଜଲ୍ଟ ଉପରେ ଅନ୍ତରୀଣ ଅଙ୍କୁଶ; ବିନା ଅନୁମତିରେ ଫଳ ପ୍ରକାଶ ନକରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଓଡ଼ିଶା ସିଭିଲ୍ ସର୍ଭିସ ୨୦୨୧ ରେଜଲ୍ଟକୁ ନେଇ ଆସିଲା ବଡ ଖବର।ରେଜଲ୍ଟ ଉପରେ ହାଇକୋର୍ଟ ଅନ୍ତରୀଣ ଅଙ୍କୁଶ ଲଗାଇଛନ୍ତି। ବିନା ଅନୁମତିରେ ଫଳ ପ୍ରକାଶ ନକରିବାକୁ ଓଡିଶା ପବ୍ଲିକ ସର୍ଭିସ କମିଶନକୁ ନିର୍ଦ୍ଦେଶ ଦିଆଯାଇଛି।

ଜଣେ ଦିବ୍ୟାଙ୍ଗ ପ୍ରାର୍ଥୀ ସତୀଶ କୁମାର ପାଣିଗ୍ରାହୀଙ୍କ ଆବେଦନକୁ ଗ୍ରହଣ କରି ହାଇକୋର୍ଟ ଏହି ବଡ ନିର୍ଦେଶ ଦେଇଛନ୍ତି । ଚୟନ ପ୍ରକ୍ରିୟା ଜାରି ରହିଲେ ବି କୋର୍ଟଙ୍କ ବିନାନୁମତିରେ ଫଳ ପ୍ରକାଶ ନକରିବାକୁ OPSCକୁ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ ।

high_court

ଆବେଦନକାରୀଙ୍କୁ ଏବେ ଚାଲିଥିବା ପର୍ସନାଲିଟି ଟେଷ୍ଟରେ ସାମିଲ କରିବ OPSC । ଆବେଦନାକାରୀଙ୍କ ଡିଜାବଲିଟି ଟେଷ୍ଟ ପାଇଁ ମେଡିକାଲ ବୋର୍ଡ଼ ଗଠନ କରିବେ ରାଜ୍ୟ ସରକାର ।

ଆସନ୍ତା ଶୁଣାଣିରେ ଡିଜାବଲିଟି ଟେଷ୍ଟ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଆସନ୍ତା ସେପ୍ଟେମ୍ବର ପ୍ରଥମ ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଏହା ସହ ସମସ୍ତ ପ୍ରତିପକ୍ଷଙ୍କୁ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ହାଇକୋର୍ଟ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+